Masthead

୩୭ ବର୍ଷ ଧରି ସଙ୍ଘର ଦାୟିତ୍ୱ ନେଲେ, ଏବେ ପ୍ରଚ୍ଛଦ ପଟରେ ରହି କାମ କରୁଛନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ଟ୍ରକ ମାଲିକ ସଙ୍ଘଠାରୁ ଅର୍ଥ ଆଦାୟ କରି ନକ୍ସଲଙ୍କୁ ଆର୍ଥିକ ସହାୟତା ଦେଉଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଗଣେଶ୍ୱର ବେହେରା । କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । କଂଗ୍ରେସ । ସାଧାରଣ ଲୋକଙ୍କ ପାଇଁ ଗୋଟେ, ସରକାରୀ ଦଳ ପାଇଁ ଗୋଟେ ଆଇନ ବୋଲି ପ୍ରଶ୍ନ କରିଛନ୍ତି ଗଣେଶ୍ୱର ବେହେରା । ରାଜ୍ୟରେ ଆଇନର ଶାସନ ନାହିଁ । ଓଡ଼ିଶାରେ ନକ୍ସଲ ମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ବିଜେଡି ଦଳର ନେତା ପୂର୍ବତନ ସାଂସଦ ଭାସ୍କର ରାଓ । ଟ୍ରକ ମାଲିକ ସଙ୍ଘ ସଦସ୍ୟ ମାନେ ରାୟଗଡା ଥାନାରେ ଏତଲା ଦେଇଛନ୍ତି ।

୧୮ ତାରିଖରେ ଏଫଆଇଆର ଦିଆଯାଇଛି । କିନ୍ତୁ ୨୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ । ୩୭ ବର୍ଷ ଧରି ସେ ସଙ୍ଘର ଦାୟିତ୍ୱ ନେଲେ । ଏବେ ପ୍ରଚ୍ଛଦ ପଟରେ ରହି କାର୍ୟ୍ୟ କରୁଛନ୍ତି । ସରକାରୀ ଦଳର ନେତା ନକ୍ସଲଙ୍କୁ ଦେଉଛନ୍ତି ଆର୍ଥିକ ସହାୟତା । ଏମାନେ ସରକାରୀ ଦଳର ଶ୍ରୀକୃତି ପ୍ରାପ୍ତ ନେତା ସେଥିପାଇଁ ସରକାର ନିରବ । ଟ୍ରକ ସଙ୍ଘ ସଦସ୍ୟ କହିଛନ୍ତି ଆମ ଠାରୁ ଚାନ୍ଦା ଆଦାୟ କରି ନକ୍ସଲଙ୍କୁ ଦେଉଛନ୍ତି ଭାସ୍କର ରାଓ । … ସରକାର ନକ୍ସଲ ମାନଙ୍କ ବିରୋଧରେ ଲଢ଼ୁଛନ୍ତି ତେବେ ଏ କେଉଁ ପ୍ରକାର କାର୍ଯ୍ୟ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଗୋଟିଏ ପଟେ ନକ୍ସଲ ବିରୁଦ୍ଧରେ ଲଢ଼ିବା କଥା କହୁଥିବା ବେଳେ ଶାସକ ଦଳର ବରିଷ୍ଠ ନେତା ଚାନ୍ଦା ଆଦାୟ କରି ନକ୍ସଲଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ବୋଲି ଅଭିଯୋଗ ଆଣିଲା କଂଗ୍ରେସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା