Masthead

ଏକାଠି ହେଲେ ସୌମ୍ୟ ଓ ଅପରାଜିତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସୌମ୍ୟଙ୍କ ସହ ସ୍ୱର ମିଳାଇଛନ୍ତି ଅପରାଜିତା । ପୁଣି ଗୋଟିଏ ମଞ୍ଚରେ । ଗୋଟିଏ ମଞ୍ଚରେ ଦୁହେଁ ଏକାଠି ହୋଇ ସଚିବଙ୍କୁ କରିଛନ୍ତି ଟାର୍ଗେଟ । ଏକାଠି ହେଲେ ସୌମ୍ୟ ପଟ୍ଟନାୟକ ଓ ଅପରାଜିତା ଷଡ଼ଙ୍ଗୀ । ଗୋଟିଏ ମଞ୍ଚରେ ବସିଲେ, ରାଜ୍ୟ ଶାସନ ଶୈଳୀ ଉପରେ ପ୍ରଶ୍ନ ଉଠାଇଲେ । ଗଲା କିଛିଦିନ ଧରି ଚର୍ଚ୍ଚାରେ ଅଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଖଣ୍ଡପଦା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଅପରାଜିତା ବିଜେପି ପାର୍ଟିର, ସୌମ୍ୟ ବିଜୁ ଜନତା ଦଳର । କିନ୍ତୁ ଉଭୟ ଗୋଟିଏ କଥାରେ ସହମତ, ଗୋଟିଏ କଥାକୁ ନେଇ ଚର୍ଚ୍ଚିଚ ।

ସେ ପ୍ରସଙ୍ଗ ହେଉଛି ସଚିବଙ୍କ ରାଜନୀତି ପ୍ରସଙ୍ଗ । ସେ ପ୍ରସଙ୍ଗ ହେଉଛି ସରକାର ଚାଲୁଥିବା ଶୈଳୀକୁ ନେଇ । ସଚିବଙ୍କ ରାଜନୀତି କରୁଥିବା ଅଭିଯୋଗକୁ ନେଇ । ସଚିବଙ୍କୁ ଅପରାଜିତା ଘେରୁଥିବା ବେଳେ ତାଙ୍କ ସହ ସହମତ ହୋଇ ସଂପାଦିକୀୟ ଲେଖିଛନ୍ତି ସୌମ୍ୟ ରଞ୍ଜନ । ସୌମ୍ୟ ଯେତେବେଳେ ସଚିବଙ୍କୁ ଘେରିଛନ୍ତି, ତାଙ୍କ ସହ ସହମତ ହୋଇ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା । ଉଭୟ ମିଶି ସଚିବଙ୍କୁ ଅଡୁଆରେ ପକାଇଛନ୍ତି । ଏପଟେ ସୌମ୍ୟଙ୍କୁ ନେଇ ବିଜୁ ଜନତା ଦଳରେ ଝଡ଼ ବୋହୁଛି । ସୌମ୍ୟ ଏସବୁ ପ୍ରସଙ୍ଗ ଉଠାଇବା ପରେ ସେ ଦଳରୁ ଇସ୍ତାଫା ଦିଅନ୍ତୁ ବୋଲି ଚର୍ଚ୍ଚା ବଢିବାରେ ଲାଗିଛି । ଏସବୁ ଭିତରେ ସୋମବାର ଭୁବନେଶ୍ୱର ରେଡକ୍ରସ ଭବନରେ ଆୟୋଜିତ ହୋଇଥିଲା ଦୁର୍ନୀତି ସଂଘର୍ଷ ମଞ୍ଚପକ୍ଷରୁ ଏକ ଆଲୋଚନା ଚକ୍ର ।

ବିଷୟ ଥିଲା ସମାନ ନାଗରିକ ସଂହିତା । କାର୍ଯ୍ୟକ୍ରମରେ ଅତିଥି ଥିଲେ ଗୋଟିଏ ମଞ୍ଚରେ ବସିଥିଲେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ଅପରାଜିତା ସଢଙ୍ଗୀ । ଏ କାର୍ଯ୍ୟକ୍ରମ ଆୟୋଜକ ଭାବେ ଜଗବନ୍ଧୁ ଷଢଙ୍ଗୀ, ସୁଧୀର ମହାନ୍ତି ମଧ୍ୟ ମଞ୍ଚ ଉପରେ ବସିଥିଲେ । ଉଲ୍ଲେଖ କରିବାକୁ ଚାହିଁବୁ ଜଗବନ୍ଧୁ ଷଡ଼ଙ୍ଗୀ ହେଉଛନ୍ତି ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସଭାପତି ତଥା ପୂର୍ବଚନ ପ୍ରଶାସକ ଓ ଅପରାଜିତାଙ୍କ ଶ୍ୱଶୁର ମଧ୍ୟ । ଏହି କାର୍ଯ୍ୟକ୍ରମରେ ଏକକ ନାଗରିକ ସଂହିତା ଉପରେ ଆଲୋଚନା ହୋଇଥିଲା । ରାଜ୍ୟ ରାଜନୀତିରେ ଚାଲିଥିବା ଘଟଣାକ୍ରମ କଥା ବୁଲେଇ ବଙ୍କେଇ ମଧ୍ୟ ଉଠିଥିଲା ।

ଏକଥା ସୌମ୍ୟ ପଟ୍ଟନାୟକ ଉଠାଇଥିଲେ, ଅପରାଜିତା ବି ଉଠାଇଥିଲେ । ସୌମ୍ୟ ଅପରାଜିତା ଗୋଟିଏ ମଞ୍ଚରେ ଏକାଠିହେବା ନିଶ୍ଚୟ ରାଜ୍ୟ ରାଜନୀତି ପାଇଁ ଚର୍ଚ୍ଚିତ ପ୍ରସଙ୍ଗ । ଉଭୟ ଗୋଟିଏ ମଞ୍ଚରେ ବସିବା କିଛି ଅସୁବିଧା ନାହିଁ । ଉଭୟ ଅନେକ ଥର ଅନେକ ମଞ୍ଚରେ ଏକାଠି ମଧ୍ୟ ବସିଥିବେ । ସୌମ୍ୟ ପଟ୍ଟନାୟ ମଧ୍ୟ ଭୁବନେଶ୍ୱର ବିଭିନ୍ନ ସଭା ସମିତିକୁ ଯାଆନ୍ତି । ଅପରାଜିତା ମଧ୍ୟ ଭୁବନନେଶ୍ୱର ସାଂସଦ । ଦୁହେଁ ଗୋଟିଏ ମଞ୍ଚରେ ଏକାଠିହେବା କିଛି ନୁଆଁ କଥା ନୁହେଁ । ସେମାନେ ଠିକ ଏତିକି ବେଲେ ଏକାଠି ହୋଇଛନ୍ତି, ଯେତିକି ବେଳେ ଉଭୟ ମିଶି ସଚିବଙ୍କୁ ଟାର୍ଗେଟ କରୁଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ 🔴 ଆହୁରି ଦୁଇ ସପ୍ତାହ କଲବଲ କରିବ ଶୀତ 🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ 🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ 🔴 ଆହୁରି ଦୁଇ ସପ୍ତାହ କଲବଲ କରିବ ଶୀତ 🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ 🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର