ସାମାନ୍ୟ କୋବି ପାଇଁ ମାଆକୁ ପିଟିଲା ଅମଣିଷ ପୁଅ

ଯୋଡ଼ା (ବଡ଼ ଖବର ବ୍ୟୁରୋ): କୋବି ଚୋରି ସନ୍ଦେହରେ ଜନ୍ମ କଲା ମା’କୁ ମାଡ଼ ମାରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦେଲା ଦେଲା ଅମଣିଷ ପୁଅ । ଡାକ୍ତରଖାନାରେ ପିଟିଲେ ବୋହୂ । ଚିକିତ୍ସାଧିନ ଅଛନ୍ତି ବୁଢ଼ୀ ମା’ । ଫଟୋ ଭାଇରାଲ୍ ପରେ ପଦାକୁ ଆସିଲା ଘଟଣା । ଏଯାଏ ରୁଜୁ ହୋଇନି ମାମଲା । ମରିଯାଇଛି ମଣିଷପଣିଆ । ଜନ୍ମ ଦାତ୍ରୀ ମା’କୁ ଗାଁ ଦାଣ୍ଡରେ ଗଡେଇତଡେଇ ପିଟିଛି ନିଷ୍ଠୁର, ଅମଣିଷ ପୁଅ । ସେତିକିରେ ମନ ପୂରିଲା ନାହଁ ଯେ, ଘର ବାହାରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପକାଇଲେ । ବାଡ଼ିରୁ ସାମାନ୍ୟ ଏକ କୋବି କାଟି ନେଇଥିବା ସନ୍ଦେହକରି ବୁଢ଼ୀ ମା’କୁ ଏମିତି ଶାସ୍ତି ଦେଇଛି ନିର୍ଦ୍ଦୟୀ ପୁଅ । ଆହତ ବୃଦ୍ଧା ଏବେ ନିକଟସ୍ଥ ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି ।

ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା, ଚମ୍ପୁଆ ଥାନା ନାରଦପୁର ପଂଚାୟତ ଅଧିନ ସରାଶପଶି ଗାଁ ରେ । ଏହି ଘଟଣାର ଏକ ଫଟୋ ଭାଇରାଲ ହେଲା ପରେ ଘଟଣା ପଦାକୁ ଆସିଛି । ସରାଶପଶି ଗ୍ରାମର ବୃଦ୍ଧା ସୁଭଦ୍ରା ମହାନ୍ତଙ୍କ ସ୍ୱାମୀ ବୁଟୁରାମ ମହାନ୍ତ ୧୦ ବର୍ଷ ତଳେ ଆରପାରିକୁ ଚାଲିଯିବା ପରେ ୨ପୁଅ ଓ ବୋହୁଙ୍କ ସହ ରହିଆସୁଥିଲେ । ବଡପୁଅ କରୁଣା ମଧ୍ୟ କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ପରେ ବଡ ବୋହୁଙ୍କ ସହ ରହି ଆସୁଥିଲେ ସୁଭଦ୍ରା । ସାନ ପୁଅ ଶତ୍ରୁଘ୍ନ ନିଜ ପରିବାର ସହ ଅଲଗା ହୋଇଯାଇଥିଲେ । ତେବେ ଗତ ବୁଧବାର, ସାନ ପୁଅ ଶତ୍ରୁଘ୍ନ ଙ୍କ ବାଡିରୁ କେହି ଗୋଟିଏ କୋବି କାଟି ନେଇଯାଇଥିବା ବେଳେ, ମା’ ସୁଭଦ୍ରା ଉପରେ ସନ୍ଦେହ କରିଥିଲେ ଶତ୍ରୁଘ୍ନ ।

ଏ ନେଇ ବୁଢ଼ୀ ମା’ ଙ୍କୁ ପାଟିତୁଣ୍ଡ କରିବାପରେ ବୁଧବାର ଏବଂ ଗୁରୁବାର ୨ଦିନ ଧରି ମାରଧର କରିଆସୁଥିଲେ । ତେବେ ଏତିକିରେ ତାଙ୍କ ମନ ଶାନ୍ତି ହୋଇନଥିଲା । ଶୁକ୍ରବାର ମା’ ଙ୍କୁ ଘରୁ ଘୋଷାଡି ଆଣି ତାଙ୍କ ହାତ ଗୋଡ ବାନ୍ଧି ବାହାରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ପକାଇ ଗାଳି ଗୁଲଜ କରିଥିଲେ ନୃଶଂସ ପୁଅ ଶତ୍ରୁଘ୍ନ । ଏହି ଅମାନବୀୟ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବା ସହ ସୁଭଦ୍ରାଙ୍କୁ ମୁକୁଳାଇବା ସହିତ ପୋଲିସକୁ ଖବର ଦେଇଥିଲେ । ପରେ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ବୃଦ୍ଧାଙ୍କୁ ଉଦ୍ଧାର କରି ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ତେବେ ପୁଲିସର ହସ୍ତକ୍ଷେପ ଯୋଗୁଁ ସାନ ପୁଅ ଓ ବୋହୂ ଡାକ୍ତରଖାନାକୁ ଯାଇଥିଲେ । ତେବେ ଡାକ୍ତରଖାନାରେ ଶାଶୁଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ପଛାଇ ନଥିଲେ ଉଦ୍ଧତ ବୋହୂ । ଏହା ଦେଖି ଡାକ୍ତରଖାନାର ନର୍ସ ଏବଂ କର୍ମଚାରୀ ପ୍ରତିବାଦ କରିଥିଲେ ଏବଂ ଏନେଇ ପୋଲିସକୁ ମଧ୍ୟ ଜଣାଇଥିଲେ ବୋଲି କହିଛନ୍ତି । ବୃଦ୍ଧା ଜଣଙ୍କ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେପଟେ ଏହି ଅଭାବନୀୟ ଘଟଣାରେ ପୁଲିସ ଏଯାଏଁ କୌଣସି ମାମଲା ରୁଜୁ କରିନଥିବାବେଳେ, ଖୁବ୍ ଶୀଘ୍ର କେସ ରୁଜୁ କରାଯିବ ବୋଲି ଚମ୍ପୁଆ ଆଇ ଆଇ ସି ସୂଚନା ଦେଇଛନ୍ତି । ତେବେ ପୋଲିସ୍, ଏପରି ନୃଶଂସ ପୁଅ ବୋହୂଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାକୁହିଁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ