Masthead

ଝାଡ଼ୁ ଧରି ରାସ୍ତା ସଫାକଲେ ଟ୍ରାଫିକ୍ କନଷ୍ଟେବଲ

କଟକ, (ବଡ଼ ଖବର ବ୍ୟୁରୋ): ଜଣେ ଟ୍ରାଫିକ କର୍ମଚାରୀଙ୍କ ହାତ କେବଳ ଯେ ସିଗନାଲ ଦେବ ତାହା ନୁହେଁ ଝାଡ଼ୁ ବି ଧରିପାରେ। ଆମେ କହୁଛୁ କଟକ ଶିଖରପୁର ଛକରେ ମୁତୟନ ହୋଇଥିବା ଜଣେ ଟ୍ରାଫିକ କର୍ମଚାରୀଙ୍କ ମହାନୀୟତା ବିଷୟରେ। ସେ ହାତରେ ଝାଡ଼ୁ ଧରି ରାସ୍ତା ସଫା କରିଛନ୍ତି। କଟକ ଶିଖରପୁର ଟ୍ରାଫିକ ପୋଷ୍ଟ ପାଖରେ ଏମିତି ଦୃଶ୍ୟ ଦେଖି ସମ୍ପୃକ୍ତ ଟ୍ରାଫିକ କର୍ମଚାରୀଙ୍କୁ ସାବସୀ ଦେଇଛନ୍ତି ଦେଖେଣାହାରୀ। ଏହାର ଭିଡିଓ ଭାଇରାଲ ହେବା ପରେ ଝାଡ଼ୁ ମାରୁଥିବା ଟ୍ରାଫିକ୍ କର୍ମଚାରୀଙ୍କୁ ବିଭିନ୍ନ ମହଲରୁ ବାହାବା ମିଳୁଛି। ଶିଖରପୁର ଛକ ରାସ୍ତାରେ ବାଲି, ଗୋଡ଼ି, ଚିପ୍ସ ପଡ଼ି ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିଲା। ସେଠାରେ ମୁତୟନ ଟ୍ରାଫିକ କର୍ମଚାରୀ ଲଳିତ ରାଉତ ଝାଡ଼ୁରେ ସେଗୁଡ଼ିକୁ ସଫା କରିଥିଲେ। ପୂର୍ବରୁ ଏକ ଦ୍ରୁତଗାମୀ ଟ୍ରକ୍ ଆଗରୁ ଚାରିଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପୋଲିସ କମିଶନରଙ୍କଠାରୁ ସମ୍ମାନିତ ମଧ୍ୟ ହୋଇଥିଲେ ଲଳିତ। ଲଳିତଙ୍କ ଏଭଳି ପ୍ରୟାସ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ ନିଶ୍ଚୟ ଆଉ ଆମେ ବି କହିବୁ ବାଃ ଲଳିତ ବାଃ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ