Before Header

୬ ଦଫା ଦାବି ନେଇ ଲୋୟର ପିଏମଜିରେ ମତ୍ସ୍ୟଜୀବୀଙ୍କ ଗର୍ଜନ

0 1,017

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ମତ୍ସ୍ୟଜୀବୀଙ୍କ ଧାରଣା । ୬ ଦଫା ଦାବିରେ ଆଜିଠୁ ଭୁବନେଶ୍ୱରର ଲୋୟର ପିଏମଜୀରେ ମସ୍ୟଜୀବୀ ସଙ୍ଘର ଆନ୍ଦୋଳନ । ରାତାରାତି ବସରେ ଆସି ରାଜଧାନୀରେ ରଣହୁଙ୍କାର ଦେଲେ ମତ୍ସ୍ୟଜୀବୀ। ନୀଳମୟ ହେଲା ଲୋୟର ପିଏମ୍‌ଜି । ଶୋଷିତ ଅବସ୍ଥାରେ ମତ୍ସ୍ୟଜୀବୀମାନେ ରାଜ୍ୟରେ ବଞ୍ଚୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଙ୍ଗଠନ ନେତା । ବାରମ୍ବାର ଦାବି କରିବା ପରେ ମଧ୍ୟ ସରକାର ସେମାନଙ୍କର ଦାବିକୁ ଅଣଦେଖା କରି ଆସୁଛନ୍ତି ।

ଯେଉଁଥିପାଇଁ ୬ ଦଫା ନେଇ ଲୋୟର ପିଏମଜିରେ ଗର୍ଜୁଛନ୍ତି ମତ୍ସଜୀବୀ । ସବୁ ରାଜ୍ୟରେ ଡିଜେଲ ସବସିଡି ମିଳୁଥିବା ବେଳେ ଓଡ଼ିଶାରେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ । ରାଜ୍ୟ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । ପାରାଦୀପ, ଧାମରା, ବାହାବଳପୁର ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ମତ୍ସ୍ୟଜୀବୀ ଆସି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.