ବନ ବିଭାଗର ଜାଣତରେ ଚାଲିଛି ବେଧଡକ ଗଛ କଟା

ସାହାରାପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ପାଟଣା ରେଞ୍ଜରେ ବନ ବିଭାଗର ଜାଣତରେ ଚାଲିଛି ବେଧଡକ ଗଛ କଟା । ଗୋଟିଏ ପଟେ କେନ୍ଦୁଝର ବନଖଣ୍ଡରେ ବନ ବିଭାଗ ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ ହୋଇପଡିଥିବା ବେଳେ ଅନ୍ୟପଟେ ବନ ବିଭାଗର କର୍ମଚାରୀମାନେ ଏବେ ଲୁଚକାଳି ଖେଳୁଛନ୍ତି । ଭୁଲ କରି ଲୁଚିବା ସହିତ ପ୍ରତିକ୍ରିୟା ଦେଉନାହାନ୍ତି । କିଛିଦିନ ତଳେ ପାଟଣା ବନାଞ୍ଚଳର ଖୁଣ୍ଟିପଡା ଓ ଖୋଜିରାପଶି ଗ୍ରାମ୍ୟ ଜଙ୍ଗଲ ଭିତରୁ ବିନା ଅନୁମତିରେ ୫୦ ରୁ ଅଧିକ ୟୁକାଲ୍ ପଟାସ୍ ଗଛକୁ କାଟୁଥିଲେ ଲୋକେ ।

ଗୋପନରେ ଏହି ଗଛ କଟା ଯାଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପାଟଣା ରେଞ୍ଜ କର୍ମଚାରୀ ପହଞ୍ଚି ଥିଲେ । ହେଲେ ସେଠାରେ କାଠ ମାଫିଆ ତାଙ୍କୁ ଗିରଫ କରିବା ବଦଳରେ ତାଙ୍କ ସହିତ ସଲାସୁତରା କରିବା ପାଇଁ ଚେଷ୍ଟା କରୁଥିଲେ । ଠିକ୍ ସେହି ସମୟରେ ବଡ଼ ଖବର ପ୍ରତିନିଧି ସେଠାରେ ପହଞ୍ଚିବାରୁ ପ୍ରତିନିଧିଙ୍କୁ ଦେଖି ତରବରିଆ ଭାବରେ ବନ ବିଭାଗ ଅଧିକାରୀମାନେ କଟା ଗଛ କାଠକୁ ଜବଜ୍ କରିବା ସହିତ କାଠ ମାଫିଆଙ୍କୁ ରେଞ୍ଜ ଅଫିସକୁ ଆଣିଥିଲେ ।

ପରେ ତାଙ୍କ ସହିତ ଡିଲ କରି କାଠ ମାଫିଆଙ୍କୁ ରେଞ୍ଜ ଅଫିସରେ ଖସାଇଦେଇଥିଲେ । ଏ ସମ୍ପର୍କରେ ଖବର ପାଇ ପାଟଣା ବନାଞ୍ଚଳ ଅଧିକାରୀଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେମାନେ ଠିକ୍ ସେ ପ୍ରତିକ୍ରିୟା ନଦେବା ସହିତ ଫୋନକୁ କାଟି ଦେଇଥିଲେ । ତେବେ କାଠ ମାଫିଆଙ୍କ ସହିତ ଡିଲ କରି ଏଭଳି ଅବାଧରେ ଜଙ୍ଗଲ ସଫା କରୁଛନ୍ତି ବୋଧେ ପାଟଣା ରେଞ୍ଜ ବାବୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’