Masthead

ଗୃହରେ କଥା କୁହାଇ ଦେଲେନି ବିରୋଧୀ, ରାଗିଲେ ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଆଉ ଅନୁମାନ ଯାହା ଥିଲା ତାହା ହିଁ ହୋଇଛି ଅଧିବେଶନର ପ୍ରଥମ ଦିନରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗୃହ ଭିତରେ ପ୍ରବଳ ନାରାବାଜି କରିଥିଲେ ବିରୋଧୀ । ଏହି ନାରାବାଜି ଏତେ ଅଦିକ ଥିଲା ଯେ, ପ୍ରଧାନମନ୍ତ୍ରୀଙ୍କୁ କଥା କୁହାଇ ଦେଇନଥିଲେ । ନନିର୍ବାଚିତ ସଦସ୍ୟମାନେ ପ୍ରଥମେ ଶପଥ ନେଇଥିଲେ ।

ଆଉ ଏହାପରେ ମନ୍ତ୍ରୀ ମଣ୍ଡଳରେ ସାମିଲ ନୂଆ ସଦସ୍ୟଙ୍କୁ ଗୃହର ଅନ୍ୟ ସଦସ୍ୟଙ୍କ ସହ ପରିଚିତ କରାଉଥିଲେ ପ୍ରଧାନମନ୍ତ୍ରୀ । ହେଲେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତାହା ସମ୍ଭବ ହୋଇନାହିଁ । ଯେଉଁଥିରେ ରାଗିଯାଇ ମୋଦି କହିଛନ୍ତି, ତାଙ୍କ ନୂଆ ଟିମରେ ସାମିଲ ଦଳିତ, ମହିଳା ଓ ଆଦିବାସୀ ମନ୍ତ୍ରୀମାନଙ୍କୁ ସହ୍ୟ କରିପାରୁନାହାନ୍ତି ବିରୋଧୀ । ଏଥର ମୋଦୀଙ୍କ ନୂଆ ଟିମରେ ଅଧିକ ସଂଖ୍ୟକ ମହିଳା, ଦଳିତ ଓ ଆଦିବାସୀଙ୍କୁ ସାମିଲ କରାଯାଇଥିବା ମୋଦୀ କହିଛନ୍ତି ।

ଏଥର ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ରହିଛି ଏକାଧିକ ପ୍ରସଙ୍ଗ । ପେଗାସସ ଗୁଇନ୍ଦାଗିରି ଠାରୁ ଆରମ୍ଭ କରି କରୋନା ପରିଚାଳନା, ଦରଦାମ୍ ବୃଦ୍ଧି ଓ ଚାଷୀ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବା ପାଇଁ ରଣନୀତି ବନାଇଛନ୍ତି ବିରୋଧୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ