Masthead

ଉତ୍କଳମଣିଙ୍କୁ ଶ୍ରାଦ୍ଧରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଜୁନ ୧୭ । ଏହି ଦିନ ୧୯୨୮ ମସିହାରେ ଆଖି ବୁଜିଥିଲେ ସେବାର ମୂର୍ତ୍ତିମନ୍ତ ପ୍ରତୀକ, ଉତ୍କଳମଣି, ମହାତ୍ମା ପଣ୍ଡିତ ଗୋପବନ୍ଧୁ ଦାସ । ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ନିଜ ସେବା କାର୍ଯ୍ୟ ପାଇଁ ଉତ୍କଳମଣି ପରିଚିତ ଥିଲେ । ତାଙ୍କର ତ୍ୟାଗ, ସମର୍ପଣ ଦେଖି ଦେଶବିଦେଶର ବିଶିଷ୍ଟ ଲୋକମାନେ ଚକିତ ହୋଇଯାଉଥିଲେ । ଜଣେ ଲେଖକ, ସମାଜସେବୀ, ସ୍ୱଧୀନତା ସଂଗ୍ରାମୀ, ଶିକ୍ଷାବିତ, ସାମ୍ବାଦିକ ଭାବେ ସବୁ କ୍ଷେତ୍ର ଉତ୍କଳବାସୀଙ୍କ ସେବାରେ ସେ ନିଜକୁ ବ୍ରତୀ କରିଥିଲେ । ୧୮୭୭ ମସିହା ଅକ୍ଟୋବର ୯ତାରିଖରେ ପୁରୀ ଜିଲ୍ଲା ସୁଆଣ୍ଡୋ ଗାଁରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ କବିତା ମାଧ୍ୟମରେ ସେ ଲୋକମାନଙ୍କୁ ବ୍ରିଟିଶ ମାନଙ୍କ ବିରୋଧରେ ଆନ୍ଦୋଳନ କରିବାକୁ ପ୍ରେରଣା ଯୋଗାଉଥିଲେ । ସମାଜ ତଥା ଲୋକମାନଙ୍କ ସେବାକୁ ନିଜର ଏକମାତ୍ର ଲକ୍ଷ୍ୟ କରିଥିଲେ ଗୋପବନ୍ଧୁ । ଲୋକଙ୍କ ସେବା ପାଇଁ ବହୁ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ।

ତେବେ ଶିକ୍ଷାମାଧ୍ୟମରେ ହିଁ ଜଣେ ଅନ୍ଧାକାରରୁ ଆଲୋକ ମଧ୍ୟକୁ ଆସିପାରେ ଏହା ବୁଝିଥିଲେ ଗୋପବନ୍ଧୁ । ସେଥିପାଇଁ ତ ତାଙ୍କ ନେତୃତ୍ବରେ ପ୍ରତିଷ୍ଠା ହୋଇଥିଲା ସତ୍ୟବାଦୀ ବକୁଳବନରେ ବନ ବିଦ୍ୟାଳୟ ।  ଜଣେ ଦକ୍ଷ ସାମ୍ବାଦିକ ମଧ୍ୟ ଥିଲେ ଗୋପବନ୍ଧୁ ଦାସ । ତାଙ୍କ ଦ୍ବାରା ଓଡ଼ିଶାର ଦୈନିକ ଖବର କାଗଜ ସମାଜର ସ୍ଥାପନା ହୋଇଥିଲା । ସେ ଏହାର ସମ୍ପାଦକ ମଧ୍ୟ ଥିଲେ । ଆଜି ଏହି ମହାନ ଆତ୍ମାଙ୍କ ଦେହାନ୍ତ ହୋଇଥିଲା । ୧୯୨୮ରେ ଅଲ ଇଣ୍ଡିଆ ଲୋକସେବା ମଣ୍ଡଳର ଉପସଭାପତି ହୋଇଥିଲେ ଗୋପବନ୍ଧୁ । ଲାହୋରର ଏକ ସଭାରେ ଯୋଗଦେବା ସମୟରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ପରେ ଜୁନ ୧୭, ୧୯୨୮ରେ ଚିରଦିନ ପାଇଁ ଆଖିବୁଜିଥିଲେ ଉତ୍କଳମଣି । ଓଡ଼ିଶା ତଥା ସମଗ୍ର ଭାରତ ବର୍ଷ ପାଇଁ ତାଙ୍କ ସେବା ଅତୁଳନୀୟ । ଗୋପବନ୍ଧୁଙ୍କ ଭଳି ମହାନ ସମାଜସେବୀ ଏ ସମାଜରେ ଅଦ୍ବିତୀୟ । ଉତ୍କଳମଣି ଗୋପବନ୍ଧୁଙ୍କ ୯୩ତମ ଶ୍ରାଦ୍ଧବାର୍ଷିକୀରେ ‘ବଡ଼ ଖବର’ ପରିବାରର ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା