Masthead

ପ୍ରକୃତିକୁ ଫେରିଲେ ୨୦ ନାଗଛୁଆ

ପୁରୀ(ବଡ଼ ଖବର ବ୍ୟୁରୋ): ପ୍ରକୃତିକୁ ଫେରିଲେ ୨୦ ନାଗଛୁଆ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ତ ପିଢ଼ପାଟଣା ଗ୍ରାମର ପ୍ରକାଶ ପରିଡାଙ୍କ ଘରକାମ ପାଇଁ ନିଅଁ ଖୋଳିବା ବେଳେ ଏକ ସ୍ଲାବ ତଳେ କିଛି ନାଗସାପ ପଶିଥିବା ଦେଖି ଶ୍ରମିକମାନେ କାମ ବନ୍ଦ କରିଦେଇଥିଲେ । ପ୍ରକାଶ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଏକ ସିମେଣ୍ଟ ସ୍ଲାବ ତଳେ ଏକ ନାଗସାପ ଏବଂ କିଛି ଅଣ୍ଡା ପାଇଥିଲେ । ସାପ ଟିକୁ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କରିବା ପରେ ଅଣ୍ଡା ଗୁଡିକୁ ଏକ କାର୍ଟୁନରେ ରଖିଥିଲେ ।

ଶ୍ରମିକମାନଙ୍କ ଅନୁରୋଧ କ୍ରମେ ସେହି ସ୍ଥାନରେ ଅଧିକ ଖୋଜା ଖୋଜି କରିବା ପରେ ଆଉ ୨ ଟି ନାଗ ସାପ ଉଦ୍ଧାର ହୋଇଥିଲା । ପରେ ସାପଗୁଡିକୁ ଗାଁ ଠାରୁ ଦୂରରେ ଛାଡ଼ି ଦିଆଯାଇଥିଲା । ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ୨୧ ଅଣ୍ଡାକୁ କୃତ୍ରିମ ଉପାୟରେ ଫୁଟେଇବା ବ୍ୟବସ୍ଥା କରିଥିଲେ । ୨୩ ରୁ ୨୬ ଦିନ ଭିତରେ ଦୁଇଟି ପର୍ୟ୍ୟାୟରେ ୨୧ ରୁ ୨୦ ଟି ଅଣ୍ଡା ଫୁଟିଥିଲା । ଜୁନ ୧୬ ତାରିଖରେ ୨୦ ଟି ନାଗ ଛୁଆଙ୍କୁ ଚନ୍ଦକା ବନଖଣ୍ଡ କର୍ମଚାରୀଙ୍କ ଉପସ୍ଥିତିରେ ଛାଡି ଦିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼