Masthead

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ। ଫ୍ଲୋରିଡା ସ୍ଥିତ ଗଲ୍ଫ କ୍ଲବରେ ଖେଳୁଥିବା ବେଳେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ତେବେ ଟ୍ରମ୍ପ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି, ତାଙ୍କ ଦେହରେ କୌଣସି ଗୁଳି ବାଜିନଥିବା ଜଣାପଡ଼ିଛି। କିଛି ଦିନ ତଳେ ମଧ୍ୟ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଗତକାଲି ଫ୍ଲୋରିଡା ସ୍ଥିତ ତାଙ୍କ ଗଲ୍ଫ କ୍ଲବରେ ଖେଳୁ ଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

ଚାରି ରାଉଣ୍ଡ ଗୁଳିମାଡ଼ ହୋଇଥିଲେ ମଧ୍ୟ ଟ୍ରମ୍ପ ସୁରକ୍ଷିତ ଅଛନ୍ତି, ତାଙ୍କ ଦେହରେ କୌଣସି ଗୁଳି ବାଜି ନାହିଁ। ଘଟଣାସ୍ଥଳରୁ ଫେରାର ହୋଇଥିବା ସନ୍ଦିଗ୍ଧ ଗିରଫ ହେବା ସହ AK 47 ଜବତ କରାଯାଇଛି । ଅଭିଯୁକ୍ତ ଜଣକ ୫୮ ବର୍ଷୀୟ ରିୟାନ ୱେସଲି ରୌଥ ବୋଲି ଜଣାପଡିଛି। କିନ୍ତୁ ତାଙ୍କ ଉଦ୍ଦେଶ୍ୟ ଜଣାପଡିନାହିଁ। ଗୁଳିମାଡ଼ର କାରଣ ଜାଣିବା ପାଇଁ ତଦନ୍ତ ଚାଲିଥିବା ଆମେରିକା ତଦନ୍ତକାରୀ ସଂସ୍ଥା କହିଛି। ଏହି ଘଟଣାକୁ ନେଇ ଏଫ୍‌ବିଆଇର ତଦନ୍ତ ଆରମ୍ଭ ଆରମ୍ଭ କରିଛି । ପୂର୍ବରୁ ବି ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ଜୁଲାଇ ୧୩ରେ ପେନସିଲଭାନିଆରେ ଗୁଳିମାଡ଼ରେ ଟ୍ରମ୍ପ ଆହତ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା