Masthead

ଟ୍ୟୁସନ ଫି ଘଟଣା, ବାପା କହିଲେ ସିବିଆଇ କାଢିବ ସତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାପା ଟିଉସନ ଫି’ ମାଗିବାରୁ ପୁଅକୁ ହତ୍ୟା ଏବେ ଜଟଣୀ ବେଣାପଞ୍ଜରୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । । ମୃତକ ଶୁଭମର ବାପାଙ୍କ ପାଖରେ ଟିଉସନ ହେଉଥିଲା ଅଭିଯୁକ୍ତ। ପ୍ରାୟ ୫ହଜାର ଟଙ୍କା ଟିଉସନ୍ ଫି ବାବଦକୁ ବାକି ରହିଥିଲା। ଶୁଭମଙ୍କ ବାପା ବାରମ୍ବାର ଟିଉସନ୍ ଫି ମାଗିବାରୁ ପୁଅକୁ ଗତକାଲି ହତ୍ୟା କରିଥିବା କହିଛି ଅଭିଯୁକ୍ତ। ତେବେ ପ୍ରଶ୍ନ ଉଠୁଛି ଜଟଣୀ ବେଣାପଞ୍ଜରୀରେ ଟ୍ୟୁସନ୍ ସାରଙ୍କ ପୁଅକୁ ଘରେ ପଶି କାହିଁକି ଛୁରୀ ଭୁଷି ହତ୍ୟା କଲା ପ୍ଲସଟୁ ଛାତ୍ର ? ପୋଲିସର ତଥ୍ୟ ପରଠୁ ଘନେଇବାରେ ଲାଗିଛି ରହସ୍ୟ। ସେପଟେ ପରିବାର ଲୋକ  ପୋଲିସର  ଟ୍ୟୁସନ୍ ଫି’ ଥିଓରୀକୁ ନା ମୃତଛାତ୍ରର ପରିବାର ମାନୁଛନ୍ତି, ନା ଅଭିଯୁକ୍ତର ସମ୍ପର୍କିୟ ମାନୁଛନ୍ତି ।ମୃତକଙ୍କ ବାପା କହିଛନ୍ତି ଘଟଣାର ସତ୍ୟାସତ୍ୟ ସିବିଆଇ ଯାଞ୍ଚ କରିବ । ସିବିଆଇ ସତ କାଢିବ ।

ଜଟଣୀ ଥାନା ବେଣାପଞ୍ଜୁରୀ ନବମ ଶ୍ରେଣୀ ଛାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ଟ୍ୟୁସନ ଫି କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି। ବୁଧବାର ଶୁଭମ ଘରେ ଏକାକୀ ବସି ପାଠ ପଢୁଥିବା ବେଳେ ଜନୈକ ଯୁକ୍ତ ଦୁଇ ଛାତ୍ର ତାଙ୍କୁ ଆକ୍ରମଣ କରିଥିଲେ। ପୋଲିସ ଘରୁ ୟୁନିଫର୍ମ ଓ ଗୋଟିଏ ବ୍ୟାଗ ଜବତ କରିଛି। ଅଭିଯୁକ୍ତ ସେଠାରେ ତାଙ୍କ ବାପାଙ୍କ ନିକଟରେ ଟ୍ୟୁସନ ହେଉଥିଲେ। ମୃତ ନାବାଳକଙ୍କ ବାପା ମାଆ ଊଭୟ ଟ୍ୟୁସନ କରିଛନ୍ତି। ଅଭିଯୁକ୍ତଙ୍କ ୩ରୁ ୫ହଜାର ଟଙ୍କା ଟ୍ୟୁସନ ଫି ବାବଦ ବାକି ଥିଲା। ବାରମ୍ବାର ମାଗିବାରୁ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଥିବା ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଥିବା ଡିସିପି ଗଣମାଧ୍ୟମକୁ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି