Masthead

ଯେତେଖୋଳିଲେ ସେତେ ଶବ, ଯାଇସାରିଲାଣି ୫ ହଜାର ଜୀବନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମାଟିତଳେ କୁଢ କୁଢ ଶବ । ଯେତେ ଖୋଲିଲେ ବି ଶବ ସରୁନି । ଭୂମିକମ୍ପ ତାଣ୍ଡବଲୀଳା ଥରାଇଦେଇଛି ତୁର୍କୀ ଓ ସିରିଆକୁ । ଗୋଟିଏ ପରେ ଗୋଟିଏ ପାଂଚଟି ପ୍ରଳୟଙ୍କାରି ଭୂକମ୍ପ । ତା ସାଙ୍ଗକୁ ବରଫ ବର୍ଷା । ତୁର୍କୀ, ସିରିଆ ଉପରେ ପ୍ରକୃତି ମୃତ୍ୟୁର ଏମିତି ଭୀଷଣ ଦାଉ ସାଧିଛି, ଯାହା ସାରା ବିଶ୍ୱକୁ ଥରାଇଦେଇଛି । ପ୍ରାକୃତିକ ବିପର୍ଯ୍ୟୟର କରାଳ ରୂପରେ ୫ ହଜାରରୁ ଅଧକି ଲୋକଙ୍କ ପ୍ରାଣ ଯାଇସାରିଲାଣି । ଆହୁରି ଅଧିକ ଜୀବନ ଯାଇଥିବାର ଆଶଙ୍କା କରାଯାଉଛି । ବଡ ବଡ ଅଟ୍ଟାଳିକା ଜୀବନ ମୃତ୍ୟୁର ଭୟଙ୍କର ଦୃଶ୍ୟ । ଯିଏ ବଂଚିଗଲା ସେ ଜୀବନ ବଂଚାଇବାକୁ ମାଗୁଛି ସହାୟତା । ତୁର୍କୀ, ସିରିଆ ସମେତ ଥରିଛି ସମଗ୍ର ପଶ୍ଚିମ ଏସିଆ । ଏବେବି ଧ୍ୱଂସ ଅଟ୍ଟାଳିକା ତଳେ ଫଶିରହିଛନ୍ତି ହଜାର ହଜାର ଲୋକ ।

୧୦ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ୨୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୧୩ ପ୍ରଦେଶ ସଂପୂର୍ଣ୍ଣ ଧ୍ୱଂସ ହୋଇଛି । ତୁର୍କୀର ମଧ୍ୟ ଓ ଦକ୍ଷିଣ ପୂର୍ବ ଭାଗରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି । ସୋମବାର ସକାଳ ୪ଟା ୧୫ ମିନିଟ ସମୟରେ ୭.୮ରିକ୍ଟର ସ୍କେଲ ତୀବ୍ରତାରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏବଂ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଆଉ ୫ଟି ବଡ଼ ଧରଣର ଭୂକମ୍ପ ସମଗ୍ର ତୁର୍କୀ ଓ ସିରିଆକୁ ଦୋହଲାଇ ଦେଇଛି । ପ୍ରଳୟଙ୍କାରୀ ଭୂକମ୍ପରେ ତୁର୍କୀର ଦକ୍ଷିଣ ଭାଗରେ ଥିବା ଏକାଧିକ ଗ୍ୟାସ୍ ପାଇପଲାଇନ ଫାଟି ବିସ୍ଫୋରଣ ହୋଇଛି । ସିରିଆରେ ଅନେକ ଐତିହାସିକ ସ୍ଥାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୧୩ ହଜାର ଯବାନ ।

ତୁର୍କୀ ଦେଶ ଉତ୍ତର ଓ ପୂର୍ବ ଅନାଟୋଲିଆନ ଫଲ୍ଟ ଲାଇନ ଅଞ୍ଚଳରେ ଅବସ୍ଥିତ । ଅର୍ଥାତ ଏସିଆ ଓ ୟୁରୋପ ମହାଦେଶର ଟେକ୍ଟୋନିକ ପ୍ଲେଟ ମଧ୍ୟରେ ତୁର୍କୀ ଅବସ୍ଥାନ କରୁଛି । ଏହି ୨ ଟେକ୍ଟୋନିକ ପ୍ଲେଟରେ ହେଉଥିବା ଗତିବିଧି ପାଇଁ ତୁର୍କୀରେ ଅନେକ ସମୟରେ ଭୂମିକମ୍ପ ହୋଇଥାଏ । ଏହାପୂର୍ବରୁ ୧୯୩୯ ଓ ୧୯୯୯ରେ ତୁର୍କୀରେ ବଡ ଧରଣର ଭୂମିକମ୍ପ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ