Masthead

ନବୀନଙ୍କ ଅଫରକୁ ମନା କରିଦେଇଥିଲେ ସୁର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ ): ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ଦଳରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ଦେବା ଜଟଣୀ ବିଧାୟକ ସୁରେଶ ରାଉତରାୟ ତାଙ୍କ ଅତୀତକୁ ମନେପକାଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ସେ କହିଛନ୍ତି ୧୯ ବର୍ଷ ତଳେ ବିଜେଡିରେ ମିଶିବାକୁ ତାଙ୍କୁ ବି ଅଫର ଆସିଥିଲା। ନବୀନ ନିବାସକୁ ଡାକି ତାଙ୍କୁ ଏ ଅଫର ଦେଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଟଣୀ କିମ୍ବା ଭୁବନେଶ୍ୱର, ଯେଉଁଠାରୁ ସେ ଚାହିଁବେ ଲଢ଼ିପାରିବେ ବୋଲି ତାଙ୍କୁ ଅଫର ଦିଆଯାଇଥିଲା। ତେବେ ସୁର ଏସବୁକୁ ସିଧା ସିଧା ମନା କରିଦେଇଥିଲେ। ସେ କହିଥିଲେ ମୁଁ ମରିବା ଯାଏଁ କଂଗ୍ରେସରେ ରହିବି। ଏହା ପରେ ନବୀନ ତାଙ୍କୁ ଥାଙ୍କ୍ ୟୁ କହି ବିଦାୟ ଦେଇଥିଲେ।

କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝୀଙ୍କ ଉପରେ ବର୍ଷିଛନ୍ତି ସୁର। ପ୍ରଦୀପ ମାଝୀ ଦଳରୁ ଇସ୍ତଫା ଦେବା କଥା ସେ ୮ ମାସ ତଳୁ ଜାଣିଥିବା କଥା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯାହାର ପାୱାର ଓ ମନି ଦରକାର, ସେ ଗୋଟିଏ ଦଳରେ ସ୍ଥିର ରହେ ନାହିଁ। ନିଜ ସ୍ୱାର୍ଥ ପାଇଁ ଦଳ ଛାଡ଼ିଛନ୍ତି ପ୍ରଦୀପ। ସେ ଧୋକାବାଜ କାମ କରିଛନ୍ତି। ତାଙ୍କ ଇସ୍ତଫାରେ ଦଳ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ