Masthead

ତୁର୍କୀ, ସିରିଆରେ ଭୟଙ୍କର ସ୍ଥିତି, ମୃତ୍ୟୁସଂଖ୍ୟା ୧୫ ହଜାର ଟପିଲା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତୁର୍କୀ, ସିରିଆରେ ଭୟଙ୍କର ସ୍ଥିତି । ତୁର୍କୀ ଓ ସରିଆରେ ଭୁମିକମ୍ପରେ ମୃତ୍ୟୁସଂଖ୍ୟା ୧୫ ହଜାର ଟପିସାରିଲାଣି । ଉଦ୍ଧାରକୁ ଅପେକ୍ଷା କରି ଅନେକ ନେଉଛନ୍ତି ଶେଷ ନିଶ୍ୱାସ । ମୃତ୍ୟୁସଂଖ୍ୟା ୨୦ ହଜାର ଟିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆଶଙ୍କା ପ୍ରକାଶ କରିଛି । ଭାରତରୁ ଯାଇଥିବା ଏନଡ଼ିଆରଏଫ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ସେପଟେ ଗତ ସୋମବାର ଭୋର ସମୟରେ ହୋଇଥିବା

ଏହି ଭୂମିକମ୍ପ ଯୋଗୁଁ ତୁର୍କୀ ପଶ୍ଚିମକୁ ପ୍ରାୟ ୫ରୁ ୬ ମିଟର ଘୁଞ୍ଚାଇଛି । ଇଟାଲରୀ ଭୂମିକମ୍ପବିତ ପ୍ରଫେସର କାର୍ଲୋ ଡୋଗୋଲିଅନ ଏହା କହିଛନ୍ତି । ସିରିଆ ତୁଳନାରେ ତୁର୍କୀ ନିଜର ପଶ୍ଚିମ ଦିଗକୁ ପ୍ରାୟ ୫ରୁ ୬ ମିଟର ଘୁଞ୍ଚାଇଛି । ସେ କହିଛନ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ ମିଳିଥିବା ତଥ୍ୟକୁ ଆଧାର କରି ଏସବୁ ଆକଳନ କରାଯାଇଛି । ପରେ ସାଟେଲାଇଟ ଫଟୋ ଦେଖିବା ପରେ ଏ ସମ୍ପର୍କରେ ସ୍ଥିତି ଅଧିକ ସ୍ପଷ୍ଟ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା