Masthead

ସମନ ରଖୁନି ରିପବ୍ଲିକ୍ ଟିଭି

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ରିପବ୍ଲିକ୍ ଭାରତ ଚ୍ୟାନେଲ ଦେଶରେ ନଂ-୧ ବୋଲି ଡିଣ୍ଡିମ ପିଟୁଛି । ଟେଲିଭିଜନ ରେଟିଙ୍ଗ ପଏଣ୍ଟ (ଟିଆରପି) ବୃଦ୍ଧି ପାଇଁ ଏହି ଗଣମାଧ୍ୟମର କର୍ତ୍ତୃପକ୍ଷମାନେ ଅସାଧୁ ଉପାୟ ଅବଲମ୍ବନ କରିଥିବା ଚର୍ଚ୍ଚା ହେଉଛି । ଏଥିପାଇଁ କୁଆଡେ ମୋଟା ଅଙ୍କର ଅର୍ଥ କାରବାର ହୋଇଛି । ଟିଆରପି ବୃଦ୍ଧି ପାଇଁ ହୋଇଥିବା ଲାଞ୍ଚ କାରବାର ସମ୍ପର୍କିତ ଏକ ମାମଲାରେ ମୁମ୍ବାଇ ପୋଲିସ ରିପବ୍ଲିକ୍ ଟିଭି କର୍ତ୍ତୃପକ୍ଷଙ୍କୁ ଶୁକ୍ରବାର ସମନ ଜାରି କରିଥିଲା । ଶନିବାର ଦିନ ବିପବ୍ଲିକ୍ ଟିଭିର ମୁଖ୍ୟ ଫାଇନାନ୍ସ ମ୍ୟାନେଜର ଶିବ ସୁବ୍ରମଣ୍ୟମ ସୁନ୍ଦରମ୍ ଙ୍କୁ ଥାନାରେ ହାଜର ହେବା ପାଇଁ ସମନରେ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ ମୁଖ୍ୟ ଫାଇନାନ୍ସ ମ୍ୟାନେଜର ପୋଲିସ ସମନକୁ ଫୁ କରି ଉଡାଇ ଦେଇଛନ୍ତି ।

ଟିଆରପି ବୃଦ୍ଧି ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଛି । କୋର୍ଟ ଏହି ମାମଲା ଶୁଣାଣି ନକରିବା ପର୍ଯ୍ୟନ୍ତ ପୋଲିସ କୌଣସି ବୟାନ ରେକର୍ଡ ନକରିବାକୁ ଶିବ ସୁବ୍ରମଣ୍ୟମ୍ କହିଛନ୍ତି । ସେ ତାଙ୍କର ମତାମତ ପୋଲିସକୁ ଶୁଣାଇ ଦେଇଛନ୍ତି । କିନ୍ତୁ ଏହି ଚ୍ୟାନେଲର ଜଣେ ଅଧିକାରୀ ଶନିବାର ପୋଲିସ ତଦନ୍ତର ସମ୍ମୁଖୀନ ହୋଇଛନ୍ତି । ପରେ ପୋଲିସ ଚ୍ୟାନେଲର ସିଇଓ ବିକାଶ ଆଞ୍ଚନଦାନୀ, ସିଇଓଓ ହର୍ଷ ଭଣ୍ଡାରୀ ଓ ପ୍ରିୟା ମୁଖାର୍ଜୀଙ୍କୁ ସମନ ଜାରି କରିଛନ୍ତି ।

ଟିଆରପି ବୃଦ୍ଧି ମାମଲାରେ କେବଳ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ପୋଲିସ ସମନ ଜାରି କରିନାହିଁ, ବରଂ ବିଜ୍ଞାପନ ଏଜେନ୍ସି ମାଡିସନ ୱାଲର୍ଡ ଆଣ୍ଡ ମାଡିସନ କମ୍ୟୁନିକେସନଙ୍କୁ ମଧ୍ୟ ପୋଲିସ ଜେରାର ସମ୍ମୁଖୀନ ହେବାକୁ ପଡିଛି । ଶନିବାର ଏହି ସଂସ୍ଥାର ମୁଖ୍ୟ ସାନ୍ ବାଲସରାଙ୍କୁ ପୋଲିସ ଦୀର୍ଘ ସମୟ ଜେରା କରିଛି । ସେପଟେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ରିପବ୍ଲିକ୍ ଟିଭି ପଛରେ ଛାଇ ଭଳି ଲାଗିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ