Masthead

ମନ୍ତ୍ରୀ ଖୋଲିଲେ ଧାନମଣ୍ଡି; ୨୩୦୦ ଏମଏସପି, ୮୦୦ ବୋନସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଥା ରଖିଲେ ରାଜ୍ୟ ସରକାର । ଖୋଲିଲା ଧାନମଣ୍ଡି । ଆରମ୍ଭ ହେଲା ଧାନକିଣା ପ୍ରକ୍ରିୟା । ଚାଷୀ ମୁହଁରେ ଫୁଟିଲା ହସ । କୃଷକଙ୍କୁ କ୍ୱିଣ୍ଟାଲ ପିଛା ମିଳିବ ୩୧ଶହ ଟଙ୍କା । ୨୩ଶହ ଏମଏସପି ଓ ୮ଶହ ବୋନସ । ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଲେ ପୂଜାର୍ଚ୍ଚନା । ସାଙ୍ଗରେ ଥିଲେ ବରଗଡ଼ ବିଧାୟକ ଓ ଅତାବିରା ବିଧାୟକ ଉପସ୍ଥିତ ଥିଲେ । ବରଗଡ଼ କଳାପାଣି ମଣ୍ଡିରୁ ଧାନ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି । କଟନୀ ଛଟନୀ, ମିଲର୍ସଙ୍କ ମନମାନୀ ଉପରେ ରୋକ୍ ଲଗାଇବାକୁ ବ୍ୟବସ୍ଥା ଥିବା କହିଛନ୍ତି ମନ୍ତ୍ରୀ । ଧାନର ମାନ ଯାଂଚ ପାଇଁ ମଧ୍ୟ ମେସିନ ଲଗାଯାଇଛି ।

ବରଗଡ଼ରୁ ଆରମ୍ଭ ହୋଇଛି ଧାନକିଣା ପ୍ରକ୍ରିୟା । ଦଲାଲମାନେ ଯେମିତି ମଣ୍ଡିକୁ ନଆସିବେ ସେ ଉପରେ ଗୁରୁତ୍ୱ ଦିଆଯିବ । ୪ରୁ ୫ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି । ଚାଷୀଙ୍କ ସ୍ୱାର୍ଥ ଓ ସ୍ୱଚ୍ଛତାକୁ ଅଗ୍ରାଧିକାର ଦିଆଯିବ । ଧାନବିକ୍ରିର ୪୮ ଘଂଟା ଭିତରେ ଆକାଉଂଟକୁ କେମିତି ଟଙ୍କା ଆସିବ ସେ ଦିଗରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ସରକାର । ଏସବୁ ଟିକିନିକି ତଦାରଖ କରିବେ ସ୍ଥାନୀୟ ଜିଲ୍ଲାପାଳ । ସେପଟେ ଧାନକିଣାକୁ ନେଇ ଖୁସି ଅଛନ୍ତି ଚାଷୀ । ଆରମ୍ଭ ହେଲା ଖରିଫ ଋତୁ ଧାନକିଣା । ଏଥର ଚାଷୀଙ୍କ ଖାତାକୁ ଆସିବ ଡବଲ ଟଙ୍କା । କଥା ଦେଇ କଥା ରଖିଛନ୍ତି ନୂଆ ସରକାର । ଆଶା କରିବା ଧାନ ବିକ୍ରି ଓ ଟୋକିନ ବ୍ୟବସ୍ଥାରେ କିଛି ଅସୁବିଧା ନହେଉ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ