Before Header

ଧୋକାବାଜ ପ୍ରେମିକ

0 746

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ପ୍ରଥମେ ଦେଖାଚାହାଁ । ପରେ ମିଶିଲା ଚାରିଆଖି । ଆରମ୍ଭ ହେଲା ପ୍ରତିଶ୍ରୁତିର ବର୍ଷା । ପ୍ରେମିକ ଦେଲା ବିବାହର ପ୍ରତିଶ୍ରୁତି । ମାତ୍ର ଠକିଦେଲା ପ୍ରେମିକ । ରାତିଅଧରେ ଅଧାରାସ୍ତାରେ ଛାଡ଼ି ଛୁ ମାରିଲା ଧୋକାବାଜ ପ୍ରେମିକ । ପ୍ରେମିକ ଦେଇଥିବା ପ୍ରତିଶ୍ରୁତି ଭିତରେ ଲୁଚି ରହିଥିଲା ପୁଳା ପୁଳା ଛଳନା । ନିରୀହ ଆଦିବାସୀ ଝିଅର ସ୍ୱପ୍ନ ଚୁରମାର କରିଦେଲା । ଭବିଷ୍ୟତର ସୁନେଲି ସ୍ୱପ୍ନରେ ବିଭୋର ପ୍ରେମିକା ଶେଷରେ ଠକ ପ୍ରେମିକର ପ୍ରତାରଣାର ଶିକାର ହେଲା । ଯୁବତୀ ଜଣକ ଏବେ ଉପାୟ ଶୂନ୍ୟ । ନା ବାପଘରେ ରହିବାକୁ ସ୍ଥାନ ଅଛି ନା ଆଉ କୋଉଠି । ଲୁହଭିଜା ଆଖିରେ ଏବେ ନ୍ୟାୟ ପାଇଁ ଦୌଡୁଛି ଗୋଟିଏ ଥାନାରୁ ଆଉ ଗୋଟିଏ ଥାନା । ହେଲେ ନ୍ୟାୟ ମିଳୁନି ।

ଏମିତି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ । ସୁକିନ୍ଦା ଥାନା ଅନ୍ତର୍ଗତ ପିମ୍ଫୁଡିଆ ପଞ୍ଚାୟତର ୧୯ ବର୍ଷିୟା ଜଣେ ଯୁବତୀଙ୍କ ପଡିଶାଘରେ ରହୁଥିଲେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ରସାରିଆଁ ଗାଁର ଗୌରାଙ୍ଗ ଚାଖିଆ । ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ପରେ ଯୁବକ ଜଣକ ପ୍ରେମିକାଙ୍କୁ ବିବାହ କରିବାର ଦେଇଥିଲେ ପ୍ରତିଶ୍ରୁତି । ଗୌରାଙ୍ଗ ପ୍ରେମିକା ସହ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିଥିଲେ ।

ସେପ୍ଟେମ୍ବର ୧୯ତାରିଖରେ ଗୌରାଙ୍ଗ ଯୁବତୀଙ୍କୁ ଗାଁ ପାଖରେ ଦେଖା କରିବାକୁ ଡାକିଥିଲେ । ଯୁବତୀ ଜଣକ ସେହି ସ୍ଥାନରେ ପଂହଚିବା ପରେ ତାଙ୍କୁ ଜୋରଜବରଦସ୍ତ ବାଇକ୍ରେ ବସାଇ ଗୌରାଙ୍ଗ ସାରିଆଁକୁ ନେଇ ଯାଇଥିଲେ । ଗୌରାଙ୍ଗଙ୍କ ଘରେ ପହଞ୍ଚିବା ପରେ ଯୁବତୀଙ୍କ ମୁଣ୍ଡ ପୂରାଇଦେଇଥିଲା । ଗୌରାଙ୍ଗ ବିବାହିତ,ତାଙ୍କର ସ୍ତ୍ରୀ ଅଛନ୍ତି । ଯୁବତୀଙ୍କୁ ସେ ଘରେ ପୁରାଇ ଦେଇନଥିଲେ । ପରେ ପ୍ରେମିକାଙ୍କୁ ଅମ୍ବୁଲାନ୍ସରେ ଆଣି ଗୌରାଙ୍ଗ ତାଙ୍କ ଘର ପାଖରେ ଥିବା ଏକ ବ୍ରିଜ୍ ପାଖରେ ଛାଡି ଚାଲି ଯାଇଥିଲେ । ଏବେ ଯୁବତୀ ଜଣକ ଏତଲା ଧରି ପ୍ରଥମେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନାକୁ ଯାଇଥିଲେ । ହେଲେ ଉକ୍ତ ଥାନାର ଥାନାବାବୁ ତାଙ୍କୁ ସୁକିନ୍ଦାରେ ଏତଲା ଦେବାକୁ ପଠାଇଥିଲେ । ମାତ୍ର ସୁକିନ୍ଦା ଥାନା ଅଧିକାରୀ ଏତଲା ଗ୍ରହଣ କରିନଥିବା ସେ ଅଭିଯୋଗ କରିଛନ୍ତି । ତେବେ ମା’ଙ୍କୁ ନ୍ୟାୟ,ନାରୀ ସୁରକ୍ଷା କଥା ଉଠୁଥିବା ବେଳେ ଯୁବତୀଙ୍କୁ ପୋଲିସର ଅଣଦେଖା ସରକାରଙ୍କ ୫-ଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯୁବତୀଙ୍କ ଅଭିଯୋଗକୁ ପ୍ରଶାସନ କେବେ ଶୁଣିବ ତାହା ଦେଖିବାକୁ ବାକି ରହିଲା

Leave A Reply

Your email address will not be published.