Masthead

ଧୋକାବାଜ ପ୍ରେମିକ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ପ୍ରଥମେ ଦେଖାଚାହାଁ । ପରେ ମିଶିଲା ଚାରିଆଖି । ଆରମ୍ଭ ହେଲା ପ୍ରତିଶ୍ରୁତିର ବର୍ଷା । ପ୍ରେମିକ ଦେଲା ବିବାହର ପ୍ରତିଶ୍ରୁତି । ମାତ୍ର ଠକିଦେଲା ପ୍ରେମିକ । ରାତିଅଧରେ ଅଧାରାସ୍ତାରେ ଛାଡ଼ି ଛୁ ମାରିଲା ଧୋକାବାଜ ପ୍ରେମିକ । ପ୍ରେମିକ ଦେଇଥିବା ପ୍ରତିଶ୍ରୁତି ଭିତରେ ଲୁଚି ରହିଥିଲା ପୁଳା ପୁଳା ଛଳନା । ନିରୀହ ଆଦିବାସୀ ଝିଅର ସ୍ୱପ୍ନ ଚୁରମାର କରିଦେଲା । ଭବିଷ୍ୟତର ସୁନେଲି ସ୍ୱପ୍ନରେ ବିଭୋର ପ୍ରେମିକା ଶେଷରେ ଠକ ପ୍ରେମିକର ପ୍ରତାରଣାର ଶିକାର ହେଲା । ଯୁବତୀ ଜଣକ ଏବେ ଉପାୟ ଶୂନ୍ୟ । ନା ବାପଘରେ ରହିବାକୁ ସ୍ଥାନ ଅଛି ନା ଆଉ କୋଉଠି । ଲୁହଭିଜା ଆଖିରେ ଏବେ ନ୍ୟାୟ ପାଇଁ ଦୌଡୁଛି ଗୋଟିଏ ଥାନାରୁ ଆଉ ଗୋଟିଏ ଥାନା । ହେଲେ ନ୍ୟାୟ ମିଳୁନି ।

ଏମିତି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ । ସୁକିନ୍ଦା ଥାନା ଅନ୍ତର୍ଗତ ପିମ୍ଫୁଡିଆ ପଞ୍ଚାୟତର ୧୯ ବର୍ଷିୟା ଜଣେ ଯୁବତୀଙ୍କ ପଡିଶାଘରେ ରହୁଥିଲେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ରସାରିଆଁ ଗାଁର ଗୌରାଙ୍ଗ ଚାଖିଆ । ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ପରେ ଯୁବକ ଜଣକ ପ୍ରେମିକାଙ୍କୁ ବିବାହ କରିବାର ଦେଇଥିଲେ ପ୍ରତିଶ୍ରୁତି । ଗୌରାଙ୍ଗ ପ୍ରେମିକା ସହ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିଥିଲେ ।

ସେପ୍ଟେମ୍ବର ୧୯ତାରିଖରେ ଗୌରାଙ୍ଗ ଯୁବତୀଙ୍କୁ ଗାଁ ପାଖରେ ଦେଖା କରିବାକୁ ଡାକିଥିଲେ । ଯୁବତୀ ଜଣକ ସେହି ସ୍ଥାନରେ ପଂହଚିବା ପରେ ତାଙ୍କୁ ଜୋରଜବରଦସ୍ତ ବାଇକ୍ରେ ବସାଇ ଗୌରାଙ୍ଗ ସାରିଆଁକୁ ନେଇ ଯାଇଥିଲେ । ଗୌରାଙ୍ଗଙ୍କ ଘରେ ପହଞ୍ଚିବା ପରେ ଯୁବତୀଙ୍କ ମୁଣ୍ଡ ପୂରାଇଦେଇଥିଲା । ଗୌରାଙ୍ଗ ବିବାହିତ,ତାଙ୍କର ସ୍ତ୍ରୀ ଅଛନ୍ତି । ଯୁବତୀଙ୍କୁ ସେ ଘରେ ପୁରାଇ ଦେଇନଥିଲେ । ପରେ ପ୍ରେମିକାଙ୍କୁ ଅମ୍ବୁଲାନ୍ସରେ ଆଣି ଗୌରାଙ୍ଗ ତାଙ୍କ ଘର ପାଖରେ ଥିବା ଏକ ବ୍ରିଜ୍ ପାଖରେ ଛାଡି ଚାଲି ଯାଇଥିଲେ । ଏବେ ଯୁବତୀ ଜଣକ ଏତଲା ଧରି ପ୍ରଥମେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନାକୁ ଯାଇଥିଲେ । ହେଲେ ଉକ୍ତ ଥାନାର ଥାନାବାବୁ ତାଙ୍କୁ ସୁକିନ୍ଦାରେ ଏତଲା ଦେବାକୁ ପଠାଇଥିଲେ । ମାତ୍ର ସୁକିନ୍ଦା ଥାନା ଅଧିକାରୀ ଏତଲା ଗ୍ରହଣ କରିନଥିବା ସେ ଅଭିଯୋଗ କରିଛନ୍ତି । ତେବେ ମା’ଙ୍କୁ ନ୍ୟାୟ,ନାରୀ ସୁରକ୍ଷା କଥା ଉଠୁଥିବା ବେଳେ ଯୁବତୀଙ୍କୁ ପୋଲିସର ଅଣଦେଖା ସରକାରଙ୍କ ୫-ଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯୁବତୀଙ୍କ ଅଭିଯୋଗକୁ ପ୍ରଶାସନ କେବେ ଶୁଣିବ ତାହା ଦେଖିବାକୁ ବାକି ରହିଲା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର