Masthead

ଦୁଇ ପ୍ରଶାସନିକ ଅଧିକାରୀ ମୁହାଁମୁହିଁ

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକରେ ଆଇପିଏସ୍‌, ଆଇଏଏସ୍‌ କଳି ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ମହଙ୍ଗା ପଡ଼ିଛି ବ୍ୟକ୍ତିଗତ ଫଟୋ ସେୟାରିଂ । ଦୁଇ ପ୍ରଶାସନିକ ଅଧିକାରୀ ଆଇଏଏସ ଓ ଆଇପିଏସଙ୍କ ମଧ୍ୟରେ ଏବେ ଯୁଦ୍ଧ ଆରମ୍ଭ ହୋଇଛି । ସେପଟେ ଗୃହମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି । ରବିବାର ଆଇପିଏସ୍‌ ଅଧିକାରୀ ଡି. ରୁପା ମୋଉଦଗିଲ ଆଇଏଏସ୍‌ ଅଫିସର ରୋହିଣୀ ସିନ୍ଧୁରିଙ୍କ ଆପତ୍ତିଜନକ ଫଟୋ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରିଥିଲେ।

ରୋହିଣୀ ଏହି ଫଟୋକୁ ୨୦୨୧ରୁ ୨୦୨୨ ମଧ୍ୟରେ ୩ ପୁରୁଷ ଆଇଏଏସ୍‌ ଅଫିସରଙ୍କୁ ପଠାଇଥିବାବେଳେ ସେ ସେବା ଆଚରଣ ଉଲ୍ଲଂଘନ କରିଥିବା ରୁପା କହିଛନ୍ତି। ଏହା ପୂର୍ବରୁ ଶନିବାର ରୋହିଣୀଙ୍କ ଦୁର୍ନୀତିର ଏକ ତାଲିକା ରୁପା ପ୍ରକାଶ କରିଥିଲେ। ରୁପା ଏ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ଏବଂ ମୁଖ୍ୟ ଶାସନ ସଚିବ ବନ୍ଦିତା ଶର୍ମାଙ୍କୁ ଅବଗତ କରାଇଥିବା କହିଛନ୍ତି। ଆଇପିଏସ୍‌ ଅଧିକାରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରୋହିଣୀ।

ତାଙ୍କ ଚରିତ୍ର ସଂହାର କରିବା ଲାଗି ରୁପା ସୋସିଆଲ ମିଡିଆ ଏବଂ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରୁ ଫଟୋ ସ୍କ୍ରିନ୍‌ସଟ୍‌ ଜରିଆରେ ସଂଗ୍ରହ କରିଛନ୍ତି। ଏଥିସହ ରୋହିଣୀ ଯେଉଁ ଆଇଏଏସ୍‌ ଅଧିକାରୀଙ୍କୁ ନିଜ ଫଟୋ ଶେୟାର କରିଛନ୍ତି ସେମାନଙ୍କ ନାଁ ଗଣମାଧ୍ୟମରେ କହିବା ଲାଗି ରୁପାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ମୁଖ୍ୟ ଅବଗତ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା