Before Header

ରାଷ୍ଟ୍ରପତିଙ୍କ ପରେ ଅନ୍ଧାରରେ ରାଜ୍ୟପାଳ

0 667

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପରେ ଏବେ ଛତିଶଗଡ଼ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ କଟିଲା ବିଜୁଳି । ଭୁବନେଶ୍ୱରରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ଘଟିଥିଲା ଘଟଣା । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଥିବା ପୁସ୍ତକ ମେଳା ସମୟରେ ବିଦ୍ୟୁତ କଟିଯାଇଥିଲା । କେବଳ ଯେ ଗୋଟିଏ ଥର ଏମିତି ହେଲା ତାହା ନୁହେଁ ବାରମ୍ବାର ଏଭଳି ବିଦ୍ୟୁତ କଟିଥିବାଦେଖିବାକୁ ମିଳିଛି ।

ପ୍ରଦର୍ଶନୀ ପଡିଆରେ ଚାଲିଥିବା କାର୍ଯ୍ୟକ୍ରମରେ ଏଭଳି ବିଦ୍ୟୁତ କଟିବା ଛତିଶଗଡ ରାଜ୍ୟପାଳଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । କାର୍ଯ୍ୟକ୍ରମ ଚାଲିଥିବା ବେଳେ ପାଖାପଖି ୪ ମିନିଟ ବିଦ୍ୟୁତ କଟିଥିଲା । ଏହା ଅବହେଳା ନା ଦୁର୍ଭାଗ୍ୟ ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.