Masthead

ବଜ୍ରାଘାତରେ ଜଳିଗଲେ ଦୁଇ ଭାଇ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ବଜ୍ରାଘାତରେ ଦୁଇ ଭାଇ ମୃତ । କଳାହାଣ୍ଡି ଜିଲ୍ଲା କଲମପୁର ଥାନା ମାଟିଖାଲ ଗ୍ରାମରେ ଘଟିଛି ଅଘଟଣ । ମାଟିଖାଲ ଗ୍ରାମର ଭଜମନ ଦଳପତି ଏବଂ କାଳିଆ ଦଳପତି ସୋମବାର ସନ୍ଧ୍ୟାରେ ତରଭୁଜ ବାଡ଼ିକୁ ଯାଇଥିଲେ । ବିଜୁଳି, ଘଡଘଡି ସହିତ ପ୍ରବଳ ବର୍ଷା ହେବାରୁ ସେଠାରେ ଥିବା ଏକ ଝାଟି କୁଡ଼ିଆରେ ରହିଥିଲେ ।

  

ଏହି ସମୟରେ ବଜ୍ରାଘାତ ହେବାରୁ କୁଡ଼ିଆ ସହିତ ଦୁଇ ଜଣ ଜଳି ଯାଇଥିଲେ । କ୍ଷେତରୁ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜିବାକୁ ଯାଇ କୁଡ଼ିଆ ସହିତ ଦୁଇ ଜଣ ଜଳି ଯାଇଥିବା ଦେଖିଥିଲେ । ପରେ ପୋଲିସକୁ ଖବର ଦେବା ସହିତ ମୃତଦେହକୁ କଳମପୁର ହସ୍ପିଟାଲକୁ ନେଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ