Masthead

ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ ଘୋଷଣା ଦାବି

ପଟ୍ଟାମୁଣ୍ଡାଇ (ବଡ଼ ଖବର ବ୍ୟୁରୋ): ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ ଘୋଷଣା ଦାବି ଆଜିକାଲିର ନୁହେଁ ୯୦ ଦଶକରୁ ଏହା ଉଠିଆସୁଛି । ପ୍ରବାଦ ପୁରୁଷ ବିଜୁ ବାବୁ  ମୁଖ୍ୟମନ୍ତ୍ରୀ ଥିବା ସମୟରେ କେନ୍ଦ୍ରାପଡା ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ କରାଯିବାକୁ ଅଗ୍ରାଧିକାର ଦିଆଯିବ ନେଇ ଘୋଷଣା କରିଥିଲେ । ଇତିମଧ୍ୟରେ ୩୩ ବର୍ଷ ବିତିଗଲାଣି  କିନ୍ତୁ ପଟ୍ଟାମୁଣ୍ଡାଇକୁ ସବଡିଭିଜନ ଘୋଷଣା ପ୍ରସଙ୍ଗର କୌଣସି ଅଗ୍ରଗତି ହୋଇପାରୁନାହିଁ । ରାଜ୍ୟର ସର୍ବପୁରାତନ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀକୁ ଉଚ୍ଛେଦ କରାଯାଇ ଏହାକୁ ୩ ଭାଗରେ ବିଭକ୍ତ କରିଦିଆଯାଇଛି ।

ଏହାର ଏକ ବୃହତ ଅଂଶକୁ ରାଜନଗର ନିର୍ବାଚନମଣ୍ଡଳୀରେ ସାମିଲ କରିଦିଆଯାଇଛି । ସେହିପରି ୧୦ଟି ପଂଚାୟତକୁ ଆଳି ନିର୍ବାଚନ ମଣ୍ଡଳି ସହିତ ସାମିଲ କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇବ୍ଲକର ୧୨ଟି ପଂଚାୟତକୁ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ସହିତ ସାମିଲ କରାଯାଇଛି ।  ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଂଚାୟତ ଓ ପୈାରାଚଂଳର ୨୦ଟି ୱାର୍ଡ ରାଜନଗର ନିର୍ବାଚନ ମଣ୍ଡଳୀରେ ସାମିଲ କରାଯାଇ ନୂତନ ଭାବେ ରାଜନଗର ନିର୍ବାଚନ ମଣ୍ଡଳୀ ଗଠନ ହେବା ଓଡ଼ିଶା ରାଜନୈତିକ ମାନଚିତ୍ରରୁ ପଟ୍ଟାମୁଣ୍ଡାଇର ନାଁକୁ ସବୁ ଦିନପାଇଁ ଲିଭାଇଦିଆସାରିଛି । ସେବେଠାରୁ  ପଟ୍ଟାମୁଣ୍ଡାଇ ଅଂଚଳର ଜନସାଧାରଣ ରାଜସ୍ୱ ସବଡିଭିଜନ  ଦାବି ପୁରଣପାଇଁ ତତ୍ପର ହୋଇଉଠିଛନ୍ତି । ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ ଘୋଷଣା ଦାବି ପୁରଣ ପାଇଁ ବହୁ ସଂଗଠନ ଓ ଗଣ ସଂଗଠନ ଗୁଡିକ ଆନେ୍ଦାଳନ ବି ଜାରି ରଖିଛନ୍ତି ।

ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ ଘୋଷଣା ପ୍ରସଙ୍ଗରେ ରାଜ୍ୟସରକାରଙ୍କ ଆଭିମୁଖ୍ୟର ସ୍ପଷ୍ଟତାକୁ ନେଇ ପଟ୍ଟାମୁଣ୍ଡାଇର ଜନସାଧାରଣ ଅପେକ୍ଷା କରିଥିବା ବେଳେ ସ୍ଥାନୀୟ ବିଧାୟକ ଓ ରାଜନେତାମାନଙ୍କ ପ୍ରତିଶୃତି ପାଳନ ନ କରିବା ସାଧାରଣଲୋକଙ୍କୁ ବ୍ୟଥିତ କରିଛି । ପଟ୍ଟାମୁଣ୍ଡାଇ ଅଂଚଳ ପାଇଁ ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ ଆଗାମୀ ସାଧରଣ ନିର୍ବାଚନକୁ ଏହା ପ୍ରଭାବିତ କରିପାରେ ବୋଲି ସାଧାରଣ ଲୋକେ ପ୍ରତିକ୍ରିୟା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା