Masthead

ଖେଳୁଖେଳୁ ଜଳିଗଲେ ଦୁଇ ଶିଶୁ

କାଶୀପୁର (ବଡ଼ ଖବର ବ୍ୟୁରୋ): ଖେଳନେଲା ଜୀବନ । ପାଳଗଦାରେ ଖେଳୁ ଖେଳୁ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ଶିଶୁକନ୍ୟା । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଲାକ୍ରିଶ୍ ଗାଁରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା । ଗାଁର ମାନିଙ୍ଗ ମାଝୀଙ୍କ ୪ ବର୍ଷର ଝିଅ କୁମାରୀ ମାଝୀ ଓ ପଡ଼ୋଶୀ ଦୁର୍ଯ୍ୟୋଧନ ମାଝୀଙ୍କ ୩ ବର୍ଷର ଝିଅ ଦିବ୍ୟା ମାଝୀ ପାଳଗଦାରେ ଖେଳୁଥିବାବେଳେ ଘଟିଥିଲା ଏହି ଘଟଣା । ନିଆଁ ଲାଗିବା ପରେ ସେମାନଙ୍କ ଚିତ୍କାର ଶୁଣି ପରିବାର ଲୋକେ ସେଠାକୁ ଦୌଡ଼ିଯିବା ବେଳକୁ ଜୀବନ୍ତ ଦଗ୍ଧ ହୋଇସାରିଥିଲେ ଦୁଇ ଶିଶୁକନ୍ୟା । ନିଆଁଗଦା ଭିତରୁ ମିଳିଥିଲା ଦୁଇ ଝିଅଙ୍କ ଦଗ୍ଧ ମୃତ ଶରୀର । ଏହି ବେଦନାଦାୟକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ