Masthead

ମାଓ ଭୟରେ ଭିଟାମାଟି ଛାଡିଲେ ୮୫ ପରିବାର

ମାଲକାନାଗିରି (ବଡ଼ ଖବର ବ୍ୟୁରୋ): ମାଲକାନାଗିରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ସରକାର ଅଣ୍ଟାଭିଡିଛନ୍ତି । ସ୍ୱାସ୍ଥ୍ୟ ସେବାଠୁ ଆରମ୍ଭକରି ଗମନାଗମନ ପର୍ଯ୍ୟନ୍ତ ବିକାଶର ଧାରା ଅବ୍ୟାହତ ରହିଛି । କିନ୍ତୁ ଲୋକଙ୍କ ମନରୁ ମାଓବାଦୀ ଭୟ ଏଯାବତ୍ ଦୂର ହୋଇପାରିନି । ମାଓବାଦୀଙ୍କ ଭୟରେ ପୁର୍ବପୁରୁଷର ଭିଟାମାଟି ଭୁଲିଯାଉଛନ୍ତି ଗାଁ ଲୋକେ । ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯୋଡାମ୍ବ, ପନସପୁଟ,ଅଣ୍ଡରାପାଲି,ନାକାମାମୁଡି ପଞ୍ଚାୟତର ପୁଣି ୮୫ ପରିବାର ଭିଠାମାଟି ଛାଡିଛନ୍ତି । ଗତକାଲି ଠୁ ଗାଁ ଛାଡି ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସରକାରୀ ଫଳ ବଗିଚା ନିକଟରେ ଆଶ୍ରୟ ନେଇଛନ୍ତି । ସ୍ଥାନୀୟ ଲୋକେ ସବୁବେଳେ ମାଓବାଦୀଙ୍କ ଚାପ ଓ ଭୟରେ ରହିଆସୁଛନ୍ତି । ସେଥିପାଇଁ ଜୀବନ ଭୟରେ ସେମାନେ ଗାଁ ଛାଡି ଚାଲିଆସିଥିବା କଥା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’