Before Header

ଯଶୋଭୂମିରେ ଦୁଇ ଦିନିଆ ପି-୨୦ ସମ୍ମିଳନୀ ଆରମ୍ଭ

0 25

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଯଶୋଭୂମିରେ ଆରମ୍ଭ ହୋଇଛି ଦୁଇ ଦିନିଆ ପି-୨୦ ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଶୁଭାରମ୍ଭ କରିଛନ୍ତି । ସମ୍ମିଳନୀରେ ବିଭନ୍ନ ଦେଶର ୨୬ ଜଣ ବାଚସ୍ପତି, ୧୦ ଜଣ ଉପବାଚସ୍ପତି, ଆପିୟୁର ଅଧ୍ୟକ୍ଷ ସମେତ ୫୦ ଜଣ ସାଂସଦ ଓ ୧୪ ଜଣ ସେକ୍ରେଟାରୀ ଜେନେରାଲ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ସମ୍ପର୍କିତ ୪ଟି ଅଧିବେଶନ ଅନୁଷ୍ଠିତ ହେବ । ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ ଲକ୍ଷ୍ୟରେ ସହସଦର ଭୂମିକା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି । ପି-୨୦ର ସମସ୍ତ ପ୍ରତିନିଧି ନୂଆ ସଂସଦ ଭବନ ପରିଦର୍ଶନ କରିବାର ମଧ୍ୟ କାର୍ୟ୍ୟକ୍ରମ ରହିଛି ।

Leave A Reply

Your email address will not be published.