Masthead

ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗ୍ରସ୍ତ ରେ

କେନ୍ଦୁଝର( ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ । ବିଭିନ୍ନ ବ୍ଲକ ଗସ୍ତ କରି ରୂପାନ୍ତରିତ ହୋଇଥବା ଉଚ୍ଚ ବିଦ୍ୟାଳୟ ଏବଂ ମୋ ସେବା କେନ୍ଦ୍ର ଗୁଡ଼ିକର ଉନ୍ନତି ମୂଳକ କାର୍ୟ୍ୟ କିପରି ପରିଚାଳିତ ହେଉଛି ଏହାର ତଦାରଖ କରିବା ସହ ସମୀକ୍ଷା କରୁଛନ୍ତି ।ପରେ ସେ ସାହାରପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପାଟଣା ର ସର୍ବପୁରାତନ ଗୋପିନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ ଓ କେନ୍ଦେଇପଶି ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ । ସ୍ମାର୍ଟ କ୍ଲାସ ପରିଦର୍ଶନ କରି ଶିକ୍ଷକ ଓ ଶିକ୍ଷୟତ୍ରୀ କିପରି ଛାତ୍ରଛାତ୍ରୀ ମାନଙ୍କୁ ସ୍ମାର୍ଟ କ୍ଲାସ କରାଉଛନ୍ତି ଏବଂ ଛାତ୍ର ଛାତ୍ରୀ ମାନେ କିପରି ଉତ୍ତମ ଶିଷ୍ୟ ଲାଭ କରୁଛନ୍ତି ସେ ବିଷୟରେ ପଚାରି ବୁଝିଥିଲେ ।

ହିମାଂଶୁ ଶେଖର ସେଠୀ, ସାହାରପଡା ବିଡିଓ ବିଜୟ କୁମାର ନାୟକ, ପାଟଣା ବିଡିଓ ଶିବ ଶଙ୍କର ମୁର୍ମୁ ପ୍ରମୁଖ ଉପସ୍ଥିତ ରହିଥିଲେ। ତାଙ୍କ ଗସ୍ତ ସମୟରେ ବ୍ଲକ୍ ଅଧ୍ୟକ୍ଷା ରିନା ନାୟକ, ଉପାଧ୍ୟକ୍ଷା ଛବିରାଣି ସେଠୀ, ବ୍ଲକ ବିଜେଡି ସଭାପତି ଦିଲ୍ଲୀପ ସାହୁ, ଜିଲ୍ଲା କୃଷକ ସଭାପତି ଦୀପକ୍ ରାଜ, ଜିଲ୍ଲା ବିଜେଡି ସମ୍ପାଦକ କୃଷ୍ଣ ମହାପାତ୍ର, ଯୁବ ବିଜେଡି ସଭାପତି ସତ୍ୟ ନାରାୟଣ ପଣ୍ଡା, ଛାତ୍ର ଜିଲ୍ଲା ଉପ ସଭାପତି ପ୍ରଣବ ପୋହି, ଛାତ୍ର ବିଜେଡି ସଭାପତି ଭବାନୀ ମହାନ୍ତି, ଜିଲ୍ଲା ପରିଷଦ ବୁଦ୍ଧଦେବ ମହାକୁଡ, ମହିଳା ସଭାପତି ଅନିତା କୁଶୁମାଳିଆ, ମହିଳା ନେତ୍ରୀ କିରଣବାଲା ସିଂହ ଆଦି ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ