Masthead

ଦୁଇ ଟ୍ରେନ୍‌ ମଧ୍ୟରେ ଧକ୍କା, ଡ୍ରାଇଭର ଗୁରୁତର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପଞ୍ଜାବର ଫତେହଗଡ ସାହିବରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ରବିବାର ଭୋର୍ ପ୍ରାୟ ସାଢ଼େ ୩ଟାରେ ସରହିନ୍ଦ ରେଳ ଷ୍ଟେସନଠାରୁ କିଛି ଦୂରରେ ଥିବା ମାଧୋପୁର ଚୌକି ନିକଟରେ ଏକ ଟ୍ରେନ ଦୁର୍ଘଟଣା ଘଟିଛି। ୨ ମାଲ୍ ଗାଡ଼ି ସହ ପାସେଞ୍ଜର ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଯୋଗୁ ଏକ ମାଲ୍ ଗାଡ଼ିର ଇଞ୍ଜିନ୍ ଓଲଟି ପଡିଥିଲା। ଏଥିରେ ଦୁଇ ଟ୍ରେନ୍‌ ଡ୍ରାଇଭର ଆହତ ହୋଇଛନ୍ତି। ଆହତଙ୍କୁ ଶ୍ରୀ ଫତେହଗଡ ସାହିବ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ରାଜିନ୍ଦର ହସ୍ପିଟାଲ ପଟିଆଲାକୁ ରେଫର୍‌ କରାଯାଇଛି। ସେପଟେ ଦୁର୍ଘଟଣାସ୍ଥଳର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। ଫଟୋରେ ଉଭୟ ଟ୍ରେନ୍‌ ପୂରାପୁରି କ୍ଷତିଗ୍ରସ୍ତ ହୋଇ ପଡିଛି। ଟ୍ରେନଗୁଡିକର ଅବସ୍ଥାକୁ ଦେଖିଲେ ଏହା ଅନୁମାନ କରାଯାଇପାରେ ଯେ ଧକ୍କା କେତେ ଭୟଙ୍କର ଥିଲା। ଉଭୟ ଟ୍ରେନ୍‌ ଧକ୍କା ପରେ ଓଲଟି ପଡିଥିବା ଦେଖିବାକୁ ମିଳିଛି। ତଥାପି, ଏଥିରେ କୌଣସି ବଡ଼ କ୍ଷତି ହୋଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା