Masthead

ସୂର୍ଯ୍ୟକୁମାରଙ୍କ ମହାନତା, ଏସିଆ କପ୍‌ର ମ୍ୟାଚ୍ ଫି’ ଭାରତୀୟ ସେନାକୁ ସମର୍ପିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାନତା ଦେଖାଇଲେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ।ଏସିଆ କପ୍‌ର ମ୍ୟାଚ୍ ଫି’ ଭାରତୀୟ ସେନାକୁ ସମର୍ପିତ। ପହଲଗାମ୍ ଆତଙ୍କବାଦୀ ହମ୍‌ଲାରେ ନିହତଙ୍କ ପରିବାରକୁ ଦାନ । ଏସିଆ ଦଖଲ କରିଛି ଭାରତୀୟ କ୍ରିକେଟ୍‌ ଦଳ। ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍‌ ମୁକୁଟ ଜିତିଛି। ଦଶହରା ଓ ଦୀପାବଳି ପୂର୍ବରୁ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କୁ ପାର୍ବଣର ମଧୁର ଉପହାର ଦେଇଛି । ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ଏସିଆ କପ୍‌ରେ ଭାଗ ନେଇଥିବା ସମସ୍ତ ଖେଳାଳି ଓ ସହଯୋଗୀ ଷ୍ଟାଫ୍‌ଙ୍କୁ ୨୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି । ସୋସିଆଲ୍‌ ମିଡିଆ ଆକାଉଣ୍ଟ ଏକ୍ସ ଜରିଆରେ ଏହି ପୁରସ୍କାର ରାଶି ଘୋଷଣା ହୋଇଛି ।
ରବିବାରରେ ଦୁବାଇର କ୍ରିକେଟ ଷ୍ଟାଡିୟମ୍‌ରେ ଏସିଆ କପ୍‌ ଫାଇନାଲ ମୁକାବିଲା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ପ୍ରଥମ ଟସ୍‌ ଜିତି ବୋଲି କରିବାକୁ ନିଷ୍ପତ୍ତି ନେଇଥିଲେ ଟିମ୍‌ ଇଣ୍ଡିଆ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ପାକିସ୍ତାନୀ ଟିମ୍‌ । ପୁରା ୨୦ ଓଭର ଖେଳିପାରିନଥିଲା ଟିମ୍‌ ପାକିସ୍ତାନ । ୮୪ ରନ୍‌ରେ ପାକିସ୍ତାନର ପ୍ରଥମ ଓ୍ୱିକେଟ୍‌ ପଡିଥିବା ବେଳେ ପରବର୍ତ୍ତୀ ୬୨ ରନ୍‌ରେ ବାକି ସବୁ ଓ୍ୱିକେଟ୍‌ ପଡିଥିଲା । ଯାହାଫଳରେ ପୁରା ଟିମ୍‌ ୧୯ ଓଭର ଗୋଟିଏ ବଲ୍‌ରେ ୧୪୬ ରନ୍‌ କରି ଅଲ୍ଆଉଟ୍‌ ହୋଇଯାଇଥିଲା ପାକିସ୍ତାନ । ଦଳ ପକ୍ଷରୁ ସାହିବଜାଦା ଫରହାନ୍‌ ସର୍ବାଧିକ ୫୭ ରନ୍‌ର ପାଳି ଖେଳିଥିଲେ । ତାଙ୍କ ପଛକୁ ଫକର ଜମାନଙ୍କ ୪୬ ରନ୍‌ ରହିଛି । ସେହିପରି ଭାରତୀୟ ବୋଲରଙ୍କ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ଓ୍ୱିକେଟ୍‌ ନେଇଥିବା ବେଳେ ବୁମରାହ, ଚକ୍ରବର୍ତ୍ତୀ, ଅକ୍ଷର ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।
ସେପଟେ ୧୪୭ ରନ୍‌ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ଟିମ୍‌ ଇଣ୍ଡିଆ ବ୍ୟାଟର । ହେଲେ ପାଓ୍ୱାର ପ୍ଲେରେ ଭାରତକୁ ଲାଗିଥିଲା ଟ୍ରିପଲ ଝଟ୍‌କା । ପ୍ରଥମ ଅଭିଷେକ ଶର୍ମା, ସୂର୍ୟ୍ୟକୂମାର ଯାଦବ ପରେ ଶୁଭମନ ଗିଲ୍‌ ଫେରିଯାଇଥିଲେ । ପରେ ପରେ ସଞ୍ଜୁ ସାମସନ, ଶିଭମ ଦୁବେ ଓ ତିଳକ ବର୍ମା ପାରିକୁ ସମ୍ଭାଳିଥିଲେ। ଯାହାଫଳରେ ଭାରତ ୧୯ ଓଭର ୪ଟିରେ ଟାର୍ଗେଟକୁ ହାସଲ କରିନେଇଥିଲା । ଆଉ ୯ମ ଥର ପାଇଁ ଏସିଆ କପ୍‌ ଟ୍ରଫି ହାତେଇଛି ।
ତେବେ ଏସିଆ କପ୍‌ରେ ଟ୍ରଫି ହାତେଇବା ପରେ ପୁରା ଦେଶରେ ଖୁସିର ମାହୋଲ ଥିବା ବେଳେ ବୋର୍ଡ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛି । ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଏସିଆ କପ୍‌ରେ ଭାଗ ନେଇଥିବା ଖେଳାଳି ଓ ସମସ୍ତ ସହଯୋଗୀ ଷ୍ଟାଫ୍‌ଙ୍କ ପାଇଁ ୨୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି