Masthead

ଓଡ଼ିଶାରେ ନଦୀ ଓ ସେମାନଙ୍କ ଉତ୍ପତ୍ତି

ଭୁୁବନେଶ୍ୱର(ବଡ଼ ଖବର ବ୍ୟୁରୋ);ଓଡ଼ିଶାର ଭୂଗୋଳରେ ନଦୀମାନଙ୍କର ବିଶେଷ ସ୍ଥାନ ରହିଛି । ତେବେ ଏହି ନଦୀମାନଙ୍କର ଉତ୍ପତ୍ତି ଭାରତକୁ ଯୋଡ଼ି ରଖିବାରେ ପ୍ରମୁଖ ଭୂମିକା ନିଭେଇଛି ।
ଓଡ଼ିଶା, ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ଯେଉଁଥିରେ ବହି ଯାଇଛି କେତେ ଯେ ନଦୀ ନାଳ । ଓଡ଼ିଶାର ସୌନ୍ଦର୍ଯ୍ୟରେ ଯୋଡ଼ି ଦେଇଛି କେତେ ଯେ ପୃଷ୍ଠା । ଏହି ନଦୀ ଗୁଡ଼ିକର ଉତ୍ପତ୍ତିସ୍ଥଳ ତଥା ଏହାର ଭୌଗଳିକ ସ୍ଥିତି ମଧ୍ୟ ଖୁବ ରୋଚକପୂର୍ଣ୍ଣ । ମୁଖ୍ୟତଃ ଓଡ଼ିଶାରେ ୧୧ଟି ନଦୀ ଓ ସେମାନଙ୍କର ବିଭିନ୍ନ ଶାଖାନଦୀ ରହିଛି ।

କିଛି ନଦୀ ରାଜ୍ୟ ଭିତରେ ଉତ୍ପତ୍ତି ଲାଭ କରି ଅନ୍ୟ ରାଜ୍ୟରେ ପଡ଼ିଛି । ସେହିଭଳି ଭାବେ ଅନ୍ୟ ରାଜ୍ୟରୁ ବାହାରିଥିବା କିଛି ନଦୀ ଓଡ଼ିଶା ଦେଇ ବହି ଯାଇଛିି । ଓଡ଼ିଶାର ବୃହତ୍ତମ ନଦୀ ମହାନଦୀ ଓଡ଼ିଶାର ଭୂଗୋଳକୁ ଆହୁରି ଯଥାର୍ଥ କରୁଛି । ଛତିଶଗଡ଼ର ସିହାୱାରୁ ଏହି ନଦୀ ସୃଷ୍ଟି ହୋଇଛିି । ଏକ ବଡ଼ ମୁହାଣ ଦେଇ ଏକାଠି ହୋଇଛି ବଙ୍ଗୋପସାଗରରେ । ଝାଡ଼ଖଣ୍ଡରୁ ବାହାରି ସୁବର୍ଣ୍ଣରେଖା ନଦୀ ପଶ୍ଚିମବଙ୍ଗ ଦେଇ ପଡ଼ିଛି ଓଡ଼ିଶା ଭିତରେ । ଏବଂ ମିଶିଛି ବଙ୍ଗୋପସାଗରରେ । ଝାଡ଼ଖଣ୍ଡରୁ ଆଉ ବ୍ରାହ୍ମଣୀ ନଦୀର ମଧ୍ୟ ଉତ୍ପତ୍ତି ହୋଇଛି । ରାଜ୍ୟର ଶଙ୍ଖ ଓ ସାଉଥ କୋଏଲ ନଦୀର ସଙ୍ଗମରେ ସୃଷ୍ଟି ହୋଇଛି ବ୍ରାହ୍ମଣୀ । ଯାହା ଓଡ଼ିଶାଳ ଦେଇ ପଡ଼ିଛି ବେ ଅଫ୍ ବେଙ୍ଗଲରେ ।

ବୈତରଣୀ ନଦୀ କଥା ଆସିଲେ ପୂର୍ବ ଘାଟର ଗୁପ୍ତଗଙ୍ଗ ପାହାଡ଼ରୁ ବାହାରିଛି ଏହି ନଦୀ । ଓଡ଼ିଶାର ଭିତରକନିକା ଦେଇ ମିଶିଛି ବଙ୍ଗୋପସାଗରରେ । ଋଷିକୁଲ୍ୟା ନଦୀର କଥା ଆସିଲେ ପୂର୍ବଘାଟିର ଦାରିଙ୍ଗବାଡ଼ିରୁ ବାହାରିଛି ଏହି ନଦୀ । ପରେ ଗଂଜାମ ଦେଇ ପଡ଼ିଛି ବଙ୍ଗୋପସାଗରରେ । ଏହି ନଦୀ ଗୁଡ଼ିକ ଅନ୍ୟ ରାଜ୍ୟରୁ ସୃଷ୍ଟି ହୋଇ ଓଡ଼ିଶାର ମୁଖ୍ୟନଦୀର ପରିଚୟ ପାଇଛନ୍ତି । ଏସବୁ ବ୍ୟତୀତ ରାଜ୍ୟରେ ମଧ୍ୟ କିଛି ନଦୀମାନଙ୍କର ଉତ୍ପତ୍ତିସ୍ଥଳ ରହିଛି । ବଂଶଧରା ନଦୀ କଳାହାଣ୍ଡି ଜିଲ୍ଲାରୁ ବାହାରି ଆନ୍ଧ୍ରପ୍ରଦେଶର କଳିଙ୍ଗ ପଟମ ଦେଇ ବଙ୍ଗୋପସାଗରରେ ମିଶିଛି । ଇନ୍ଦ୍ରାବତୀ ନଦୀ ମଧ୍ୟ ରାଜ୍ୟ ମଧ୍ୟରୁ ବାହାରି ପଡ଼ୋଶୀ ରାଜ୍ୟ ଦେଇ ବେ ଅଫ୍ ବେଙ୍ଗଲରେ ଏକାଠି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ