ସୁପର ସଣ୍ଡେରେ ହେବ ସୁପର ଫାଇଟ୍, ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଅଣ୍ଡର ୧୯ କ୍ରିକେଟ ବିଶ୍ୱକପ ଫାଇନାଲ୍‌ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଦକ୍ଷିଣ ଆଫ୍ରିକା ବେନୋନିରେ ମୁହାଁମୁହିଁ ହେବେ ଉଭୟ ଦଳ । ଉଦୟ ଶରନଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଭାରତୀୟ ଅଣ୍ଡର ନାଇଣ୍ଟିନ୍ ଦଳ। ୬ଷ୍ଠ ଥର ଲାଗି ବିଶ୍ୱକପ୍ ଟ୍ରଫି ହାତେଇବାକୁ ଚେଷ୍ଟା କରିବ ଭାରତ ।୬ ବର୍ଷ ପରେ ଅଣ୍ଡର ୧୯ ଫାଇନାଲରେ କଙ୍ଗାରୁ ଟିମ୍ । ସେପଟେ ଚତୁର୍ଥ ଟାଇଟେଲ ଲକ୍ଷ୍ୟରେ କଙ୍ଗାରୁ ଦଳ । ଅପରାହ୍ନ ୧.୩୦ରେ ମ୍ୟାଚ ଆରମ୍ଭ ହେବ ।ତେବେ ପୂର୍ବ ରେକର୍ଡକୁ ଦେଖିଲେ ଅଷ୍ଟ୍ରେଲିଆ ତୁଳନାରେ ଭାରତର ପଲା ଭାରି ରହିଛି ।

୨୦୧୨ ଏବଂ ୨୦୧୮ରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ଭାରତ ଏଯାଏ ୮ଥର ଫାଇନାଲ ଖେଳିଥିବା ବେଳେ ୫ଥର ଚାମ୍ପିୟନ ହୋଇଛି। ଦଳକୁ ୩ଥର ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିଶ୍ୱକପର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ୧୯୮୮, ୨୦୦୨ ଓ ୨୦୧୦ରେ ଦଳ ଟ୍ରଫି କବଜା କରିଥିଲା। ୨୦୧୨ ଓ ୨୦୧୮ରେ ଦଳକୁ ଫାଇନାଲରେ ହାରିବାକୁ ପଡ଼ିଥିଲା। ତେଣୁ ଭାରତ ଏଥର ପୁଣି ଅଷ୍ଟ୍ରେଲିଆକୁ ହରାଇ ଟାଇଟେଲ ହାସଲ କରିବ ବୋଲି ଆଶାବାଦୀ ଅଛନ୍ତି କ୍ରିକେଟ ପ୍ରେମୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’