Masthead

ସଢୁକୁ ମାରିଲା ସଢୁ

ଉଦଳା, (ବଡ଼ ଖବର ବ୍ୟୁରୋ): ସାମାନ୍ୟ କଥାରୁ ଜଘନ୍ୟ ହତ୍ୟାକାଣ୍ଡ । ବଳଦକୁ ଖାଇବାକୁ ନ ଦେବାରୁ ସଢୁକୁ ବାଡେଇ ବାଡେଇ ମାରିଲା ସଢୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ଅସୁରଖାଳ ଗ୍ରାମରେ । ହୁଡିସାହି ଗ୍ରାମର ରବୀନ୍ଦ୍ରନାଥ ନାୟକ ତାଙ୍କର ସଢୁ କାର୍ତ୍ତିକ ନାୟକଙ୍କ ପାଖରୁ ଚାଷ କରିବା ପାଇଁ ଏକ ବଳଦ ଆଣିଥିଲେ । କିଛିଦିନ ବଳଦକୁ ଖାଇବାକୁ ନ ଦେଇପାରିବାରୁ ବଳଦଟି ଦୁର୍ବଳ ହୋଇଯାଇଥିଲା । କାର୍ତ୍ତିକଙ୍କୁ ବଳଦ ଫେରାଇବା ବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଏତେ ଉଗ୍ରରୂପ ନେଲା ଯେ ଶନିବାର ରବୀନ୍ଦ୍ରନାଥ ଅସୁରଖାଲ ହାଟକୁ ଯାଇଥିବା ସମୟରେ କାର୍ତ୍ତିକ ତାଙ୍କୁ ମାଡ ମାରିଥିଲେ । କାର୍ତ୍ତିକଙ୍କ ମାଡ଼ରେ ରବୀନ୍ଦ୍ର ଗୁରୁତର ହୋଇ ପ୍ରଥମେ ଉଦଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଥାଇ ତାଙ୍କର ମୃତ୍ୟୁ ହୋଇଛି । ରବୀନ୍ଦ୍ରଙ୍କ ପରିବାର ଲୋକେ କପ୍ତିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ କାର୍ତ୍ତିକଙ୍କୁ ଗିରଫ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ