ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୟୁକ୍ରେନରେ ମା’ କାଳୀଙ୍କୁ ଅପମାନ ଘଟଣା । ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ୱିଟରେ ମାଆ କାଳୀଙ୍କ ଫଟୋକୁ ବିକୃତ କରି ପୋଷ୍ଟ କରିଥିଲେ । ଏଭଳି ପୋଷ୍ଟକୁ ଅପମାନଜନକ ଓ ‘ହିନ୍ଦୁଫୋବିକ୍’ ବୋଲି କୁହାଯାଇଥିଲା। ଯାହାକୁ ନେଇ ଭାରତରେ ନେଟିଜେନ୍ (ଇଣ୍ଟରନେଟ୍ ବ୍ୟବହାରକାରୀ)ଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା।
https://twitter.com/EmineDzheppar/status/1653109804393455632?s=20
ସେହି ଟ୍ୱିଟ୍କୁ ହଟାଇବା ସହ ଭାରତୀୟଙ୍କୁ କ୍ଷମା ମାଗିଛି ୟୁକ୍ରେନ । ୟୁକ୍ରେନ୍ ପକ୍ଷରୁ ଗତକାଲି ମଧ୍ୟରାତ୍ରରେ ଏକ ଟ୍ବିଟ୍ ହୋଇ ଲେଖାଯାଇଛି ଯେ ‘ଆମେ ଦୁଃଖିତ। ଭାରତୀୟ ସଂସ୍କୃତିକୁ ନେଇ ଆମ ମନରେ ଯଥେଷ୍ଟ ସମ୍ମାନ ରହିଛି। ୟୁକ୍ରେନର ଲୋକମାନେ ଭାରତୀୟ ସଂସ୍କୃତି ସମ୍ମାନ ଓ ସମର୍ଥନ କରନ୍ତି। ଫଟୋଟିକୁ ଏବେ ହଟାଇ ଦିଆଯାଇଛି।’