Masthead

ଜୁଆ ଖେଳ ପାଇଁ ନବମ ଶ୍ରେଣୀ ଛାତ୍ରକୁ ବନ୍ଧକ ରଖିଲେ ସମ୍ପର୍କୀୟ ବଡ଼ବାପା

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଜୁଆ ଖେଳ ପାଇଁ ବାଜିରେ ଲାଗିଲା ପୁତୁରା । ନବମ ଶ୍ରେଣୀ ଛାତ୍ରକୁ ବନ୍ଧକ ରଖିଲେ ସମ୍ପର୍କୀୟ ବଡବାପା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅଧିନ ତୋଟାପଡା ପଞ୍ଚାୟତ ଆଙ୍କପଡା ଗ୍ରାମରେ । ଗାଁର ଲମ୍ବଦର ବେହେରା ସେହି ଗାଁର ଜିତେନ୍ଦ୍ର ଦାସଙ୍କ ପୁଅ ମାନସ ଦାସଙ୍କୁ ମୋବାଇଲ କିଣିଦେବାର ଲୋଭ ଦେଖାଇ ନେଇଥିଲେ । ଏବଂ ଜୁଆ କେଳରେ ମାନସଙ୍କୁ ବନ୍ଧକ ରଖିଥିବା ଥାନାରେ ଅଭିଯୋଗ କରିଛନ୍ତି ନିଖୋଜ ମାନସର ମାଆ ।

ମାତ୍ର ବାଂଶଡା ପୋଲିସ ମାମଲା ରୁଜୁ କରି ଆଜକୁ ୨୩ଦିନ ହେବ ହାତବାନ୍ଧି ବସିଛି । ମାନସଙ୍କ ପରିବାର ପୋଲିସକୁ ଫୋନ କରୁଥିଲେ ମଧ୍ୟ ପୋଲିସ ଫୋନ ଉଠାଉ ନଥିବା ଅଭିଯୋଗ ହୋଇଛି। ତେବେ କୈଣସି ସୂତ୍ରରୁ ଖବର ପାଇ ମାନସଙ୍କ ମାଆ ତାଙ୍କୁ ଆଣିବାକୁ ଯାଇଥିବା ବେଳେ ଲମ୍ବଦର ମାନସଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଦେଇଥିବା ଅଭିଯୋଗ କରିଛନ୍ତି ମାନସଙ୍କ ମାଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର