Masthead

ବିରୋଧୀଙ୍କୁ କାଉଂଟର ପାଇଁ ଏନଡିଏ କରୁଛି ମାନସମନ୍ଥନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିରୋଧୀଙ୍କ ଏକତାକୁ କାଉଂଟର କରିବାକୁ ଏନଡିଏ ବି କରୁଛି ମାନସମନ୍ଥନ । ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ହ୍ୟାଟ୍ରିକ । ଆଉ ସେଥିପାଇଁ ଖୋଜା ପଡିଛନ୍ତି ପୁରୁଣା ସାଥୀ । ଆଉ ଯେଉଁମାନେ ସାଥୀରେ ଅଛନ୍ତି, ସେମାନଙ୍କୁ ଏକାଠି କରିବାର ରଣନୀତି । ଦିଲ୍ଲୀରେ ଏନଡିଏର ବୈଠକ, ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମିଲ ହୋଇଛନ୍ତି ୩୦ରୁ ଉଦ୍ଧ୍ୱର୍ ରାଜନୈତିକ ଦଳ । ବୈଠକ ପୂର୍ବରୁ ବିରୋଧୀଙ୍କୁ ଆକ୍ଷେପ କରିଥିଲେ ମୋଦି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ ବିରୋଧୀଙ୍କ ପାଖରେ ନା ଅଛନ୍ତି ନେତା, ନା ନୀତି ନା ଅଛି ନୈତିକତା । ଏନଡିଏକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେ କହିଛନ୍ତି, ଯେତେବେଳେ ବିରୋଧୀ ନିଜ ଲିଡର ବାଛି ପାରୁନାହାନ୍ତି, ସେଠି ମୋଦିଙ୍କ ଜିତିବାର ସୁଯୋଗ ବଢିଯାଉଛି । ସେମାନେ କେବଳ ମୋଦି ସରକାରଙ୍କ ଉପରେ ଅଭିଯୋଗ ଆଣିବା ପାଇଁ ଏଜେଣ୍ଡା ସେଟ କରୁଛନ୍ତି । ସେମାନଙ୍କ ଏହି ତୁତୁମେଁମେଁ ମଧ୍ୟରେ ଆଗାମୀ ନିର୍ବାଚନରେ ଏନଡିଏକୁ ଶକ୍ତିଶାଳି କରିବ ବୋଲି କହିଛନ୍ତି ସିନ୍ଦେ । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ ବିରୋଧୀ ବୈଠକର ଏଜେଣ୍ଡା ଲୋକଙ୍କ କଲ୍ୟାଣ ପାଇଁ ନୁହେଁ ବରଂ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହଟେଇବାର ପ୍ରୟାସ ବୋଲି କହିଛନ୍ତି । ଆମେ ୨୦୨୪ ଲୋକସଭା ନିର୍ବାଚନରେ ୩୫୦ରୁ ଅଧିକ ଆସନ ସହ ଜିତିବୁ ବୋଲି ସେ ମତ ବାଢିଛନ୍ତି । ତେବେ ଯୁବନେତା ଚିରାଗ ପାଶୱାନ ମଧ୍ୟ ଏନଡିଏ ୨୦୨୫ରେ ବିହାରରେ ସଫଳତା ହାତେଇବ ବୋଲି ଆଶାବାଦୀ ଅଛନ୍ତି । ଶାସକ ଓ ବିରୋଧୀଙ୍କ କଳି ମଧ୍ୟରେ କିଏ ବାଜି ମାରିବ, ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ