Masthead

ସମୁଦ୍ର ବେଳାଭୂମିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଗଞ୍ଜାମ (ବଡ଼ ଖବ ର ବ୍ୟୁରୋ): ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ ଟିମ ଓ ସରପଞ୍ଚ, ସମିତି ସଭ୍ୟ, ଅନ୍ୟାନ୍ୟ ଆଗଧାଡ଼ିର କର୍ମଚାରୀ ମାନଙ୍କର ସହଯୋଗରେ ଗଞ୍ଜାମ ଜିଲ୍ଲାର ମାର୍କଣ୍ଡି ସମୁଦ୍ର ବେଳାଭୂମିରେ ସମୁଦ୍ର ବେଳାଭୂମି ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ସ୍ଥାନୀୟ ନାଗରିକ, ଯୁବକ ମାନେ, ପିଲା ମାନେ, କିଶୋର, କିଶୋରୀ ମାନେ ଓ ମାର୍କଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟର ରେଡ୍ କ୍ରସ ଶିକ୍ଷାର୍ଥୀ ମାନେ ଭାଗ ନେଇଥିଲେ। ସ୍ୱଚ୍ଛତା ଅଭିଯାନ ଦ୍ବାରା ସମୁଦ୍ର କୂଳକୁ ଅନେକ କାଚ,ଟିଣ ଓ ପ୍ଲାଷ୍ଟିକ ବଟଲ,ପଲିଥିନ, ପେପର କାଟୁନ ଆଦିରୁ ମୁକ୍ତ କରାଯାଇ ମାର୍କଣ୍ଡି ସମୁଦ୍ର ବେଳାଭୂମିର ସୌନ୍ଦର୍ୟ୍ୟକୁ ପୁନଃ ସୁସ୍ଥାପନ କରାଯାଇଥିଲା।

ସରପଞ୍ଚ, ସମିତି ସଭ୍ୟ ଓ ସମସ୍ତ ସଭ୍ୟ ମାନେ ଏହି କାର୍ଯ୍ୟକ୍ରମରେ ଦିଗଦର୍ଶନ କରିଥିଲେ, ଏବଂ ସ୍ଥାନୀୟ ଯୁବକ ଓ କିଶୋର, କିଶୋରୀ ମାନଙ୍କର ଦ୍ୱାରା ସମୁଦ୍ର ବେଳାଭୂମି ସ୍ୱଚ୍ଛତା ଭାବନାକୁ ପ୍ରବଳ କରିବାର ଉଦ୍ଦେଶ୍ୟ ରଖାଯାଇଥିଲା। ପଞ୍ଚାୟତବାସି ଉପସ୍ଥିତ ଥିଲେ । ଏହି ସ୍ୱଚ୍ଛତା ଅଭିଯାନକୁ ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟର କାର୍ୟ୍ୟକ୍ରମ ସଂଯୋଜକ ଚନ୍ଦନ କୁମାର ସାହୁ, ପ୍ରକଳ୍ପ ସଂଯୋଜକ ବିପ୍ଳବ କୁମାର ବେହେରା ଏବଂ ରଙ୍ଗେଇଲୁଣ୍ଡା ବ୍ଲକ ସଂଯୋଜକ ସୁଦୀପ କୁମାର ଚକ୍ରବର୍ତ୍ତୀ , ଗୀତାଞ୍ଜଳି ପାଣିଗ୍ରାହି, ମାମାଲି ପଣ୍ଡା, ,ଜଗମହନ ଧର ମହାପାତ୍ର, ଶଶୀକାନ୍ତ ପ୍ରଧାନ, ଆଲୋକ ନାୟକ, ମାର୍କଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ବାଡି ଜ୍ୟୋତି ଓ ସମିତି ସଭ୍ୟ ବାଡି ଆରୀୟ ରାଓ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ