Masthead

ମାଡ଼ି ଆସୁଛି ଉଲକା ପିଣ୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମାଡ଼ି ଆସୁଛି ଆଉ ଏକ ଉଲକା ପିଣ୍ଡ । ପୃଥିବୀର ଖୁବ ନିକଟ ଦେଇ ଗତି କରିବ ଏହି ଉଲକା ପିଣ୍ଡ । ଘଣ୍ଟା ପ୍ରତି ୮.୨ କିଲୋମିଟର ବେଗରେ ଗତି କରୁଛି ଏହି ଉଲକା ପିଣ୍ଡ । ନାସା ପକ୍ଷରୁ ସୂଚନା ମିଳିଛି ଯେ ଏହି କ୍ଷୁଦ୍ରଗ୍ରହର ଆକାର ୪ଟି ଫୁଟବଲ ଗ୍ରାଉଣ୍ଡ ସହ ସମାନ । ଏହାର ଚଉଡା ୯୭ ମିଟର ଏବଂ ଲମ୍ବ ୨୩୦ ମିଟର । ନାସା ଏହା ମଧ୍ୟ କହିଛି ଏହାକୁ ପୃଥିବୀର ନିକଟବର୍ତ୍ତୀ କ୍ଷୁଦ୍ରଗ୍ରହ ବା ଧୂମକେତୁ ଭାବେ ପରିଭାଷିତ କରାଯାଏ ।

ଭୁବନେଶ୍ବରରେ ଥିବା ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ରବିବାର ରାତି ୧୧ଟା ୨୧ ମିନିଟ ସମୟରେ ପୃଥିବୀର ସବୁଠାରୁ ନିକଟ ଦେଇ ଗତି କରିବ ଏହି କ୍ଷୁଦ୍ରଗ୍ରହ । ସେ କହିଛନ୍ତି ଏହି କ୍ଷୁଦ୍ରଗ୍ରହ ପୃଥିବୀ ଆଡକୁ ଘଣ୍ଟା ପ୍ରତି ୨୯ ହଜାର କିଲୋମିଟର ବେଗରେ ଆସୁଛି ।

ଏହି ଉଲକା ପିଣ୍ଡର ନାମକରଣ କରାଯାଇଛି 2008GO20 । ତେବେ ଏହି ଧୂମକେତୁ ପୃଥିବୀ ସହିତ ସେତେବେଳେ ଧକ୍କା ହେବ ଯେତେବେଳେ ଏହାର ଦୂରତା ପୃଥିବୀ ଏବଂ ସୂର୍ୟ୍ୟର ଦୂରତା ଠାରୁ ୧.୩ ଗୁଣା କମ ଥିବ । ତେଣୁ ଏହି କ୍ଷୁଦ୍ରଗ୍ରହ ପୃଥିବୀ ସହିତ ଧକ୍କା ହେବାର କୌଣସି ସମ୍ଭାବନା ନାହିଁ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ତେଣୁ ଏହାକୁ ନେଇ ଭୟ କରିବାର କୌଣସି କାରଣ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଶେଷ ଥର ପାଇଁ ୧୯୭୭ ମସିହାରେ ପୃଥିବୀ ନିକଟରୁ ୨୯ ଲକ୍ଷ କିଲୋମିଟର ଦେଇ ଗତି କରିଥିଲା କ୍ଷୁଦ୍ରଗ୍ରହ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ