Masthead

ସଞ୍ଜୟଙ୍କୁ ଉମାଙ୍କ ଟାର୍ଗେଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସତ୍ୟବାଦୀରେ ବଢ଼ୁଛି ଉମା-ସଞ୍ଜୟ କଳି । ବିଜେଡି ଟିକେଟ ପାଇଁ ଖୁଲମଖୁଲା ଲଢ଼େଇ । ଆଜି ପ୍ରତିକ୍ରିୟା ରଖିଲେ ବିଧାୟକ ଉମା ସାମନ୍ତରାୟ । କହିଛନ୍ତି ସତ୍ୟବାଦୀ ମୋ ଜନ୍ମ ସ୍ଥାନ । ସତ୍ୟବାଦୀରେ ମୁଁ ପାରୁ ପର୍ଯ୍ୟନ୍ତ ସଂଗଠନ କରିଛି । ୱାର୍ଡ ସ୍ତରରୁ ମୁଁ ସଂଗଠନକୁ ସୁଦୃଢ କରିଛି । ମୁଁ ସେଠି ତିନି ତିନି ଥର ଜିଲ୍ଲା ପରିଷଦ ସ୍ୱାଧୀନରେ ଜିତିଛି । ବିଧାୟକ ବି ସ୍ୱାଧୀନ ଭାବେ ଜିତିଛି ।

ସେ ଆହୁରି ମଧ୍ୟ କହିଛନ୍ତି ବିଜୁ ଜନତା ଦଳ ଯେତେବେଳେ ସତ୍ୟବାଦୀରେ କେବେ ବି ଖାତା ଖୋଲି ନଥିଲା ମୁଁ ୨୦୧୯ ରେ ଖାତା ଖୋଲିଥିଲି । ସତ୍ୟବାଦୀ ବ୍ଲକରେ କେବେ ବି କେହି ଚେୟାରମ୍ୟାନ କରି ପାରି ନଥିଲେ ମୁଁ ସେଠି ଦୁଇ ଦୁଇ ଥର ଚେୟାରମ୍ୟାନ ବି କରିଛି । ତେଣୁ ଉମା ସାମନ୍ତରାୟ କହିଲେ ସତ୍ୟବାଦୀ । ଦଳରେ କାହାର ଜଣଙ୍କର ଟିକେଟ ଘୋଷଣା ହୋଇଛି କି । ମୁଖ୍ୟମନ୍ତ୍ରୀ କାହାକୁ କହିଛନ୍ତି କି । ୫-ଟି ଅଧ୍ୟକ୍ଷ କହିଛନ୍ତି ନା ସାଙ୍ଗଠନିକ ସମ୍ପାଦକ କହିଛନ୍ତି କି । କିଏ କାହା ମନକୁ କେଉଁ କଥା କହି ଦେବ ସେ କଥାକୁ ନେଇ ସତ୍ୟବାଦୀ ଲୋକେ ଭ୍ରମିତ ହେବେ ନାହିଁ ବୋଲି କହିଛନ୍ତି ଉମା ।

ଦଳର ସୁପ୍ରମୋ ନବୀନ ପଟ୍ଟନାୟକ । ତାଙ୍କ ନିଷ୍ପତ୍ତି ସର୍ବମାନ୍ୟ । ଆପଣମାନେ ଦେଖିବେ ଲୋକେ କାହାକୁ ସତ୍ୟବାଦୀରେ ଚାହୁଁଛନ୍ତି । ଆଗକୁ କଣ ହେଉଛି । ଦଳ ପକ୍ଷରୁ କାହାକୁ କିଛି ବି ନିର୍ଦ୍ଦେଶ ଦିଆଯାଇ ନାହିଁ । ଯିଏ ଯାହା କହୁଛି ତା ମନରୁ କହୁଛି । ମୁଁ ଗୋଟେ କଥା ଜାଣିଛି ବିଜେଡି ଏକ ଶୃଙ୍ଖଳିତ ଦଳ । ଦଳ ଭିତରେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ ଯାହା ନିଷ୍ପତ୍ତି ନେବେ ସେ ନିଷ୍ପତ୍ତିକୁ ସତ୍ୟବାଦୀବାସୀ ମାନିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’