Masthead

ସଞ୍ଜୟଙ୍କୁ ଉମାଙ୍କ ଟାର୍ଗେଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସତ୍ୟବାଦୀରେ ବଢ଼ୁଛି ଉମା-ସଞ୍ଜୟ କଳି । ବିଜେଡି ଟିକେଟ ପାଇଁ ଖୁଲମଖୁଲା ଲଢ଼େଇ । ଆଜି ପ୍ରତିକ୍ରିୟା ରଖିଲେ ବିଧାୟକ ଉମା ସାମନ୍ତରାୟ । କହିଛନ୍ତି ସତ୍ୟବାଦୀ ମୋ ଜନ୍ମ ସ୍ଥାନ । ସତ୍ୟବାଦୀରେ ମୁଁ ପାରୁ ପର୍ଯ୍ୟନ୍ତ ସଂଗଠନ କରିଛି । ୱାର୍ଡ ସ୍ତରରୁ ମୁଁ ସଂଗଠନକୁ ସୁଦୃଢ କରିଛି । ମୁଁ ସେଠି ତିନି ତିନି ଥର ଜିଲ୍ଲା ପରିଷଦ ସ୍ୱାଧୀନରେ ଜିତିଛି । ବିଧାୟକ ବି ସ୍ୱାଧୀନ ଭାବେ ଜିତିଛି ।

ସେ ଆହୁରି ମଧ୍ୟ କହିଛନ୍ତି ବିଜୁ ଜନତା ଦଳ ଯେତେବେଳେ ସତ୍ୟବାଦୀରେ କେବେ ବି ଖାତା ଖୋଲି ନଥିଲା ମୁଁ ୨୦୧୯ ରେ ଖାତା ଖୋଲିଥିଲି । ସତ୍ୟବାଦୀ ବ୍ଲକରେ କେବେ ବି କେହି ଚେୟାରମ୍ୟାନ କରି ପାରି ନଥିଲେ ମୁଁ ସେଠି ଦୁଇ ଦୁଇ ଥର ଚେୟାରମ୍ୟାନ ବି କରିଛି । ତେଣୁ ଉମା ସାମନ୍ତରାୟ କହିଲେ ସତ୍ୟବାଦୀ । ଦଳରେ କାହାର ଜଣଙ୍କର ଟିକେଟ ଘୋଷଣା ହୋଇଛି କି । ମୁଖ୍ୟମନ୍ତ୍ରୀ କାହାକୁ କହିଛନ୍ତି କି । ୫-ଟି ଅଧ୍ୟକ୍ଷ କହିଛନ୍ତି ନା ସାଙ୍ଗଠନିକ ସମ୍ପାଦକ କହିଛନ୍ତି କି । କିଏ କାହା ମନକୁ କେଉଁ କଥା କହି ଦେବ ସେ କଥାକୁ ନେଇ ସତ୍ୟବାଦୀ ଲୋକେ ଭ୍ରମିତ ହେବେ ନାହିଁ ବୋଲି କହିଛନ୍ତି ଉମା ।

ଦଳର ସୁପ୍ରମୋ ନବୀନ ପଟ୍ଟନାୟକ । ତାଙ୍କ ନିଷ୍ପତ୍ତି ସର୍ବମାନ୍ୟ । ଆପଣମାନେ ଦେଖିବେ ଲୋକେ କାହାକୁ ସତ୍ୟବାଦୀରେ ଚାହୁଁଛନ୍ତି । ଆଗକୁ କଣ ହେଉଛି । ଦଳ ପକ୍ଷରୁ କାହାକୁ କିଛି ବି ନିର୍ଦ୍ଦେଶ ଦିଆଯାଇ ନାହିଁ । ଯିଏ ଯାହା କହୁଛି ତା ମନରୁ କହୁଛି । ମୁଁ ଗୋଟେ କଥା ଜାଣିଛି ବିଜେଡି ଏକ ଶୃଙ୍ଖଳିତ ଦଳ । ଦଳ ଭିତରେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ ଯାହା ନିଷ୍ପତ୍ତି ନେବେ ସେ ନିଷ୍ପତ୍ତିକୁ ସତ୍ୟବାଦୀବାସୀ ମାନିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ