Masthead

‘ଅବ୍ବାଜାନ’ ପରେ ଚର୍ଚ୍ଚାରେ ଏବେ ‘ଚାଚାଜାନ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅବ୍ବାଜାନ କହି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ବିଭିନ୍ନ ମାହୋଲରୁ ସମାଲୋଚନାର ଶିକାର ହୋଇଛନ୍ତି । ତାଙ୍କର ଚର୍ଚ୍ଚା ଦେଶରେ ଥମିନଥିବା ବେଳେ ବର୍ତ୍ତମାନ ପୁଣି ଆଉ ଗୋଟେ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି । ଏଥର କୌଣସି ରାଜନେତା ନୁହେଁ ବରଂ କୃଷକନେତା ଏଭଳି ମନ୍ତବ୍ୟ ଦେଇଛନ୍ତି । ଉତ୍ତରପ୍ରଦେଶରେ AIMIM ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀଙ୍କ ଗସ୍ତକୁ ନେଇ ରାକେଶ ଟିକାୟତ ଏଭଳି ବୟାନ ଦେଇଥିବାର ସୂଚନା ମିଳିଛି । ତେବେ କୃଷକନେତା ରାକେଶ ଟିକାୟତ ଅସଦୁଦ୍ଦିନ ଓୱେସୀଙ୍କୁ ବିଜେପିର ଚାଚାଜାନ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଯୋଗୀଙ୍କ ପରେ ରାକେଶ ଟିକାୟତଙ୍କୁ ସମାଲୋଚନା କରାଯାଉଛି । ଏହା ସହ ବିଜେପି ପୂର୍ବପରି ଓୱେସୀଙ୍କ ସାହାରା ନେବ ବୋଲି ବାଗପତରେ କୃଷକଙ୍କ ରାଲି ସମୟରେ ଟିକାୟତ କହିଛନ୍ତି ।

ଓୱେସୀ ଗାଳି କରିବେ ହେଲେ ଉତ୍ତରପ୍ରଦେଶ ସରକାରଙ୍କ ବିରୋଧରେ ମାମଲା ରୁଜୁ କରିବେ ନାହିଁ । ଉତ୍ତରପ୍ରଦେଶ ଗସ୍ତ କରି ଓୱେସୀ କୃଷକଙ୍କୁ ବରବାଦ କରିବେ ବୋଲି ରାକେଶ ସ୍ପଷ୍ଟ କରିଛନ୍ତି । କାହିଁକିନା ବିଜେପି ଏ ଟିମ ହେଲେ ଓୱେସୀ ହେଉଛି ବି ଟିମ । କୃଷକମାନେ ଏମାନଙ୍କ ଚାଲକୁ ବୁଝିବାକୁ ଅନୁରୋଧ କରିଛି ବୋଲି କୃଷକ ନେତା ରାକେଶ ଟିକାୟତ କହିଛନ୍ତି । ଅପରପକ୍ଷରେ କୃଷକ ଆନ୍ଦୋଳନ ଆଳରେ ରାକେଶ ଟିକାୟତ ରାଜନୀତି କରୁଛନ୍ତି ବୋଲି ବିଜେପି ଏହାର ଜବାବ ଦେଇ କହିଛି । କେବଳ ଏତିକି ନୁହେଁ ବରଂ ରାକେଶ ଟିକାୟତଙ୍କ ବୟାନ ଉପରେ AIMIM ମଧ୍ୟ ଜବାବ ରଖିଛି । ବିଜେପି ରାକେଶଙ୍କୁ ସମାଲୋଚନା କରୁଥିବା ବେଳେ AIMIM ଏହାର ବିପରୀତ କଥା କହିଛି । ଦଳ ଆରୋପ ଲଗାଇଛି ଯେ ରାକେଶ ଟିକାୟତ ଏପରି କରି ବିଜେପିକୁ ଜିତାଇବାକୁ ଉଦ୍ୟମ କରୁଛନ୍ତି ।

ଏହାର ପ୍ରତିକ୍ରିୟା ରଖି ରାକେଶ ଟିକାୟତ କହିଛନ୍ତି ଉତ୍ତରପ୍ରଦେଶ ସରକାରଙ୍କ କୌଣସି ଅତିଥି ଯଦି ବାହାରୁ ଆସେ ତାକୁ କିଛି ନା କିଛି ନାଁ ଦେବାକୁ ପଡ଼ିବ । ସେଥିପାଇଁ ଚାଚାଜାନ ଠିକ । ଗ୍ରାମବାସୀ ହିଁ ଏହି ନାଁ ଦେଇଛନ୍ତି । ଏଥିରେ କାହାର କଣ ଅସୁବିଧା ହେଉଛି । ଓୱେସୀ ବିଜେପିର ବି ଟିମ ରାକେଶ ଟିକାୟତ କହିଛନ୍ତି । ଏହା ସହ ଓୱେସୀ ବିଜେପିକୁ ସାହାଯ୍ୟ କରୁଛନ୍ତି । ଏକଥା ମୁଁ ନୁହେଁ ବରଂ ଗାଁ ଲୋକେ କହୁଛନ୍ତି । ଯଦି କିଏ ଚାହୁଁଛି ଏନେଇ ସର୍ଭେ ମଧ୍ୟ କରିପାରିବେ ବୋଲି ରାକେଶ କହିଛନ୍ତି । କେବଳ ଏତିକି ନୁହେଁ ବରଂ ବିଜେପିର ଆରୋପକୁ ନେଇ ମଧ୍ୟ ରାକେଶ ଟିକାୟତ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଏଇଠି ସମସ୍ତେ ରାଜନୀତି କରୁଛନ୍ତି । କିଏ ଅଛି ଯିଏ ରାଜନୀତି କରୁନି । ଯିଏ ଭୋଟ ଦିଏ ସେ ରାଜନୀତି କରେ । ସେଥିପାଇଁ ଦେଶରେ ପ୍ରତ୍ୟେକ ଜନତା ରାଜନୀତି କରେ ବୋଲି କୃଷକ ନେତା ରାକେଶ ଟିକାୟତ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ