india

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାତିସଂଘରେ ପାକିସ୍ତାନକୁ ଭାରତର ନିନ୍ଦା । ଭାରତ ସୀମାରେ ବେଆଇନ ଭାବେ କବ୍ଜା କରି ରଖିଛି ପାକିସ୍ତାନ । ତୁରନ୍ତ ବେଆଇନ କବ୍ଜା ବନ୍ଦ କରିବାକୁ କହିଛି ଭାରତ । ଏହା ସହ ଆତଙ୍କବାଦ ବିରୋଧରେ ପାକିସ୍ତାନ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମିଳିତ ଜାତିସଂଘରେ ଭାରତ ପକ୍ଷରୁ କୁହାଯାଇଛି । ଶୁକ୍ରବାର ମିଳିତ ଜାତିସଂଘରେ ପାକିସ୍ତାନର କାର୍ୟ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଛି। ଯାହାର ଉତ୍ତରରେ ମିଳିତ ଜାତିସଂଘରେ ଭାରତର ପ୍ରଥମ ସଚିବ ପେଟାଲ ଗେହଲୋଟ୍ କହିଛନ୍ତି ଯେ ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ, ପାକିସ୍ତାନ ଭାରତ ଆଭ୍ୟନ୍ତରୀଣ ପ୍ରସଙ୍ଗରେ କହିବାର ଅଧିକାର ନାହିଁ।

 

https://www.youtube.com/watch?v=ACLQ2vhWSOQ

“ଯେତେବେଳେ ପାକିସ୍ତାନ ଅନ୍ୟମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରକୁ ଅନୁଧ୍ୟାନ କରୁଛି, ସେତେବେଳେ ସେ ପ୍ରଥମେ ନିଜ ଦେଶରେ ମାନବିକ ଅଧିକାରର ଉଲ୍ଲଂଘନକୁ ଦେଖିବା ଉଚିତ୍ ଏବଂ ଏହାକୁ ତୁରନ୍ତ ବନ୍ଦ କରିବା ଉଚିତ୍।” ମାନବିକ ଅଧିକାରର ଉଲ୍ଲଂଘନ ବିଷୟରେ ପାକିସ୍ତାନର ରେକର୍ଡ ଦୁନିଆରେ ସବୁଠାରୁ ଖରାପ ବୋଲି ପେଟାଲ କହିଛନ୍ତି, “ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଉପରେ କାହାରି ଆଙ୍ଗୁଠି ଦେଖାଇବାର ଅଧିକାର ନାହିଁ। ଜାତିସଂଘ ଫୋରମର ଅପବ୍ୟବହାର କରିବାରେ ପାକିସ୍ତାନ ଅଭ୍ୟସ୍ତ ହୋଇଛି।

Leave a Reply

Your email address will not be published. Required fields are marked *