Masthead

ପଶ୍ଚିମ ଓଡ଼ିଶାର ଅନ୍ୟ ଏକ ମହାନ୍ ପର୍ବ ପୁଅ ଜିଉଁତିଆ

ପୁଅର ଦୀର୍ଘଜୀବନ କାମନା କରି ମାଆ କଲା ପୂଜା

ବରଗଡ଼: ପଶ୍ଚିମ ଓଡ଼ିଶାର ଏକ ପ୍ରାଚୀନ ପର୍ବ ମଧ୍ୟରୁ ପୁଅ ଜିଉନ୍ତିଆ ଅନ୍ୟତମ । ସନ୍ତାନମାନଙ୍କର ମଙ୍ଗଳ କାମନା ଏବଂ ସନ୍ତାନ ପ୍ରାପ୍ତି ଆଶାରେ ବ୍ରତ ପାଳନ କରିଥାନ୍ତି ମହିଳାମାନେ । ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ବ୍ରତ ପଳନ କରାଯାଉ ଥିବାବେଳେ ଗୁରୁବାରଠାରୁ ଏହି ପୂଜା ଆରମ୍ଭ ହୋଇ ଆଜି ଶେଷ ହୋଇଛି । ମାଆମାନେ ସନ୍ତାନ ସନ୍ତତିମାନଙ୍କର ଦୀର୍ଘ ଜିବନ ସହ ଉଜ୍ୱଳ ଭବିଷ୍ୟତ କାମନା କରି ବ୍ରତ ଧାରଣ କରୁଥିବା ବେଳେ ନିଃସନ୍ତାନ ମହିଳାମାନେ ସନ୍ତାନ ସନ୍ତତି ଆଶାରେ ବ୍ରତ ଧାରଣ କରିଥାନ୍ତି । ତେବେ ଗୁରୁବାରଠାରୁ ସମଗ୍ର ପଶ୍ଚିମ ଓଡିଶା ସହ ବରଗଡର ପୁରପଲ୍ଲୀରେ ବ୍ରତଧାରୀ ମାଆମାନେ ବିଧି ଅନୁସାରେ ସକାଳୁ ନିର୍ଜଳ ଉପବାସ ରହିଥିଲେ । ସନ୍ଧ୍ୟାରେ ପୋଖରୀ କିମ୍ବା ନଦୀରେ ସ୍ନାନ ସାରି ବାଲିରେ ଅପାମାର୍ଗ କାଠି ଓ କାକୁଡି ଚକିରେ ପୂଜାର୍ଚ୍ଚନା କରିଥିଲେ । ପରେ ଘରକୁ ଫେରି ନବବସ୍ତ୍ର ପରିଧାନ କରି ରାତିରେ ଗାଁଦାଣ୍ଡରେ ସୂର୍ଯ୍ୟପୁତ୍ର ଦୂତିବାହନଙ୍କୁ ପୂଜାର୍ଚ୍ଚନା କରିଥିଲେ । ରାଜ ରାଜୁଡ଼ା ଅମଳରୁ ଏହି ବ୍ରତ ପାଳିତ ହୋଇଆସୁଛି । ବ୍ରତ ପାଇଁ ୧୦୮ଲେଖାଏଁ ଦୁବଘାସ, ଅକ୍ଷତ ଅରୁଆ ଚାଉଳ ଏକାଠି କରି ସରଗିପତ୍ରରେ ବ୍ରତଧାରୀମାନେ ଗୁନ୍ଥିଥାନ୍ତି । ଓଷାଦିନ ରାତିରେ ଗାଁଦାଣ୍ଡରେ ଏକ ବେଦୀ ତିଆରି କରି ଗାତଖୋଳି ଜିଅନ୍ତା ମାଛ ଛାଡିବା ସହ ପୂଜାର୍ଚ୍ଚନା କରିଥାନ୍ତି । ୨୧ ପ୍ରକାରର ଫଳସହ ଆଖୁଗଛରେ ଖିରଢାଳି ଏହି ପୂଜା ହେବାର ବିଧି ରହିଛି । ଖାଲି ପୁଅମାନଙ୍କ ପାଇଁ ନୁହେଁ, ଏବେ ଝିଅମାନଙ୍କୁ ମଧ୍ୟ ଦୁବ ଛୁଆାଁଇ, ବ୍ରତବାନ୍ଧି ସେମାନଙ୍କ ଦୀର୍ଘ ଜୀବନ କାମନା କରୁଛନ୍ତି ବ୍ରତଧାରୀ ମାଆମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ