Masthead

ଉପବାସ କରନ୍ତୁ: ସୁସ୍ଥ ରୁହନ୍ତୁ

ନିଜକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ ଚାହୁଁଥିଲେ ସପ୍ତାହକୁ ଥରେ ଉପବାସ କରନ୍ତୁ....

ଲୋକମାନେ ନିଜକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ ଅନେକ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଏକ ଭଲ ଉପାୟ ରହିଛି । ଯାହାକୁ ଗ୍ରହଣ କଲେ ଆପଣମାନଙ୍କ ଶରୀର ସୁସ୍ଥ ରହିପାରିବ । ସପ୍ତାହରେ ଥରେ ଉପବାସ ରହିବାଦ୍ୱାରା ଶରୀର ଉପରେ ଭଲ ପ୍ରଭାବ ପଡିଥାଏ । ଏହା ଆମ ଶରୀର ଉପରେ ବ୍ୟାୟାମ ଭଳି କାମ କରେ । ସପ୍ତାହରେ ଗୋଟିଏ କିମ୍ବା ଦୁଇ ଦିନ ଉପବାସ କରିବା ଦ୍ୱାରା ଶରୀର ଏବଂ ମନ ସୁସ୍ଥ ରହିଥାଏ । ।ଏହି ସମୟରେ ପ୍ରଚୁର ମାତ୍ରାରେ ପାଣି ପିଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ । ସପ୍ତାହରେ ଥରେ କିମ୍ବା ଦୁଇଥର ଉପବାସ ରହିଲେ ରୋଗରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ଫିଟନେସରେ ଉନ୍ନତି ଆଣେ ।

ଓଜନ ନିୟନ୍ତ୍ରଣ
• ସପ୍ତାହରେ ଗୋଟିଏ ଦିନ ଉପବାସ କରିବା ଦ୍ୱାରା ଆମ ଶରୀରରେ ଥିବା ଚର୍ବି ଶକ୍ତି ହ୍ରାସ ପାଏ । ଯାହା ଆମ ଓଜନକୁ ନିୟନ୍ତ୍ରଣ ରଖେ । ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ସପ୍ତାହରେ ଥରେ ଉପବାସ ରହିବା ଉଚିତ୍ ।
ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ
• ମାନସିକ ସ୍ୱାସ୍ଥ୍ୟ ପାଇଁ ଉପବାସ ମଧ୍ୟ ବହୁତ ଲାଭଦାୟକ ଅଟେ । ଉପବାସ ପରେ ରକ୍ତରେ ଏଣ୍ଡୋରଫିନ୍ ସ୍ତର ବସିଯାଏ, ଯାହା ମାନସିକ ସ୍ୱାସ୍ଥ୍ୟ ପାଇଁ ଯଥେଷ୍ଟ ଲାଭଦାୟକ ଅଟେ ।

ଅନ୍ତନଳୀ ପାଇଁ ଲାଭଦାୟକ
• ଅନ୍ତନଳୀକୁ ସୁସ୍ଥ ରଖିବା ପାଇଁ ସପ୍ତାହରେ ଥରେ ଉପବାସ କରିବା ଦ୍ୱାରା ଅନ୍ତନଳୀକୁ ବହୁତ ଲାଭ ମିଳିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ
• ସପ୍ତାହରେ ଗୋଟିଏ ଦିନ ଉପବାସ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ସପ୍ତାହରେ ଥରେ ଉପବାସ କରିବା ଉଚିତ୍ । ରୋଗର ଆଶଙ୍କା ହ୍ରାସ ହୁଏ ।

ହଜମ ପ୍ରକ୍ରିୟା ସଠିକ୍ ରୁହେ
• ଦ୍ରୁତ ଗତିରେ ହଜମ ପ୍ରକ୍ରିୟା ମଧ୍ୟ ସଠିକ୍ ଭାବରେ କାମ କରେ । ହଜମ ପ୍ରକ୍ରିୟାକୁ ମଜବୁତ ରଖିବା ପାଇଁ ସପ୍ତାହରେ ଥରେ ଉପବାସ ରହିବା ଉଚିତ୍ ।

ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରୁହେ
• ସପ୍ତାହରେ ଗୋଟିଏ ଦିନ ଉପବାସ କଲେ ରକ୍ତରେ ଶର୍କରା ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।

(ମାତ୍ର ମଧୁମେହ ରୋଗୀମାନେ ଉପବାସ ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଜରୁରୀ)

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ