ସହି ପାରିଲେନି ସ୍ୱାମୀଙ୍କ ମୃତ୍ୟୁ, ଜୁଇ ଉପରେ ଶୋଇପଡ଼ିଲେ ସ୍ତ୍ରୀ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଏବେ ମଧ୍ୟ ବଞ୍ଚିଛି ମଧ୍ୟଯୁଗୀୟ ପରମ୍ପରା । ସହିଦ ଯବାନ ରାଜୁଙ୍କ ଜୁଇରେ ତାଙ୍କ ସ୍ତ୍ରୀ ରେଶ୍ମା ଶୋଇବା ଘଟଣା ମନେ ପକାଇଦେଇଥିଲା ସତୀଦାହ ପ୍ରଥାକୁ । ଜୁଇରେ ଶୋଇ କାନ୍ଦି କାନ୍ଦି ସ୍ତ୍ରୀ କହିଥିଲେ ମୋତେ ମଧ୍ୟ ସାଙ୍ଗରେ ନେଇଯାାଅ, ମୋତେ ଛାଡ଼ି ଯାଅନାହିଁ । ଏହା ହେଉଛି ସ୍ୱାମୀ ପ୍ରତି ସ୍ତ୍ରୀର ଭଲପାଇବା । ଗାଁ ଲୋକେ ଓ ସୁରକ୍ଷାକର୍ମୀଙ୍କ ଅନୁରୋଧ କାମ କରିନଥିଲା । ପରେ ଜୋର ଜବରଦସ୍ତ ରେଶ୍ମାଙ୍କୁ ଜୁଇରୁ ହଟାଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ଦନ୍ତେୱାଡାର ଅରନପୁରରେ ଯବାନ ମାନଙ୍କ ସହିଦ ହେବା ପରେ ସମଗ୍ର ଦେଶ ଦୁଃଖରେ ଭାଙ୍ଗି ପଡିଛି । ସହୀଦ ଯବାନଙ୍କର ଶେଷ ବିଦାୟର ମୁହୂର୍ତ୍ତ ଅତ୍ୟନ୍ତ ଭାବପ୍ରବଣ ଅଟେ । ଯେତେବେଳେ ଅରନପୁରରେ ସହିଦ କାର୍ତାମ ରାଜୁଙ୍କ ମୃତଦେହ ତାଙ୍କ ଘର ଗାଁରେ ପହଞ୍ଚିଥିଲା । ଗାଁର ସମସ୍ତ ଲୋକଙ୍କ ଆଖି ଲୁହରେ ଭିଜି ଯାଇଥିଲା । ସମ୍ପର୍କୀୟଙ୍କ ଲୁହର ଧାର ବନ୍ଦ ହୋଇନଥିଲା । ଯେତେବେଳେ ତାଙ୍କ ମୃତଦେହ ଜୁଇ ଉପରେ ରଖାଯାଇଥିଲା ତାଙ୍କ ପତ୍ନୀ ରେଶ୍ମା ମଧ୍ୟ କାନ୍ଦି କାନ୍ଦି ଜୁଇ ଉପରେ ଶୋଇ ପଡିଥିଲେ । ସେ କାନ୍ଦି କାନ୍ଦି ବାରମ୍ବାର କହୁଥିଲେ ‘ମୋତେ ମଧ୍ୟ ସାଙ୍ଗରେ ନେଇଯାଅ, ମୋତେ ଛାଡି ତମେ ଜମା ଯାଅନାହିଁ।‘ ସମ୍ପର୍କୀୟମାନେ ଶହୀଦଙ୍କ ପତ୍ନୀଙ୍କୁ ବୁଝାଇଥିଲେ ଏବଂ ଦୀର୍ଘ ସମୟ ପରେ ସହିଦ କାର୍ତାମ ରାଜୁଙ୍କ ପତ୍ନୀ ରେଶ୍ମା ଅତି କଷ୍ଟରେ ଜୁଇ ଉପରୁ ତଳକୁ ଆସିଥିଲେ। ଯାହା ପରେ ସହିଦ କାର୍ତାମ ରାଜୁଙ୍କର ଶେଷ ରୀତିନୀତି ସମ୍ପନ୍ନ ହୋଇପାରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’