Masthead

ସହି ପାରିଲେନି ସ୍ୱାମୀଙ୍କ ମୃତ୍ୟୁ, ଜୁଇ ଉପରେ ଶୋଇପଡ଼ିଲେ ସ୍ତ୍ରୀ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଏବେ ମଧ୍ୟ ବଞ୍ଚିଛି ମଧ୍ୟଯୁଗୀୟ ପରମ୍ପରା । ସହିଦ ଯବାନ ରାଜୁଙ୍କ ଜୁଇରେ ତାଙ୍କ ସ୍ତ୍ରୀ ରେଶ୍ମା ଶୋଇବା ଘଟଣା ମନେ ପକାଇଦେଇଥିଲା ସତୀଦାହ ପ୍ରଥାକୁ । ଜୁଇରେ ଶୋଇ କାନ୍ଦି କାନ୍ଦି ସ୍ତ୍ରୀ କହିଥିଲେ ମୋତେ ମଧ୍ୟ ସାଙ୍ଗରେ ନେଇଯାାଅ, ମୋତେ ଛାଡ଼ି ଯାଅନାହିଁ । ଏହା ହେଉଛି ସ୍ୱାମୀ ପ୍ରତି ସ୍ତ୍ରୀର ଭଲପାଇବା । ଗାଁ ଲୋକେ ଓ ସୁରକ୍ଷାକର୍ମୀଙ୍କ ଅନୁରୋଧ କାମ କରିନଥିଲା । ପରେ ଜୋର ଜବରଦସ୍ତ ରେଶ୍ମାଙ୍କୁ ଜୁଇରୁ ହଟାଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ଦନ୍ତେୱାଡାର ଅରନପୁରରେ ଯବାନ ମାନଙ୍କ ସହିଦ ହେବା ପରେ ସମଗ୍ର ଦେଶ ଦୁଃଖରେ ଭାଙ୍ଗି ପଡିଛି । ସହୀଦ ଯବାନଙ୍କର ଶେଷ ବିଦାୟର ମୁହୂର୍ତ୍ତ ଅତ୍ୟନ୍ତ ଭାବପ୍ରବଣ ଅଟେ । ଯେତେବେଳେ ଅରନପୁରରେ ସହିଦ କାର୍ତାମ ରାଜୁଙ୍କ ମୃତଦେହ ତାଙ୍କ ଘର ଗାଁରେ ପହଞ୍ଚିଥିଲା । ଗାଁର ସମସ୍ତ ଲୋକଙ୍କ ଆଖି ଲୁହରେ ଭିଜି ଯାଇଥିଲା । ସମ୍ପର୍କୀୟଙ୍କ ଲୁହର ଧାର ବନ୍ଦ ହୋଇନଥିଲା । ଯେତେବେଳେ ତାଙ୍କ ମୃତଦେହ ଜୁଇ ଉପରେ ରଖାଯାଇଥିଲା ତାଙ୍କ ପତ୍ନୀ ରେଶ୍ମା ମଧ୍ୟ କାନ୍ଦି କାନ୍ଦି ଜୁଇ ଉପରେ ଶୋଇ ପଡିଥିଲେ । ସେ କାନ୍ଦି କାନ୍ଦି ବାରମ୍ବାର କହୁଥିଲେ ‘ମୋତେ ମଧ୍ୟ ସାଙ୍ଗରେ ନେଇଯାଅ, ମୋତେ ଛାଡି ତମେ ଜମା ଯାଅନାହିଁ।‘ ସମ୍ପର୍କୀୟମାନେ ଶହୀଦଙ୍କ ପତ୍ନୀଙ୍କୁ ବୁଝାଇଥିଲେ ଏବଂ ଦୀର୍ଘ ସମୟ ପରେ ସହିଦ କାର୍ତାମ ରାଜୁଙ୍କ ପତ୍ନୀ ରେଶ୍ମା ଅତି କଷ୍ଟରେ ଜୁଇ ଉପରୁ ତଳକୁ ଆସିଥିଲେ। ଯାହା ପରେ ସହିଦ କାର୍ତାମ ରାଜୁଙ୍କର ଶେଷ ରୀତିନୀତି ସମ୍ପନ୍ନ ହୋଇପାରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି