Masthead

୧୦.୫୮ଲକ୍ଷ ଛାତ୍ରଛାତ୍ରୀ ଦେଉଛନ୍ତି ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି କେନ୍ଦ୍ରୀୟ ଲୋକସେବା ଆୟୋଗର ୟୁପିଏସସି ପ୍ରିଲିମନାରୀ ପରୀକ୍ଷା । ଏହି ପରୀକ୍ଷା ମେ ୩୧ରେ ହେବାର ଥିଲା । କରୋନା ମହାମାରୀ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପରୀକ୍ଷା ତାରିଖକୁ ଅକ୍ଟୋବର ୪ ତାରିଖକୁ ଘୁଞ୍ଚା ଯାଇଥିଲା । କୋଭିଡ କଟକଣାକୁ ପାଳନ କରି ଆଜି ଦେଶବ୍ୟାପୀ ୭୨ଟି ସହରରେ ୧୦.୫୮ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପ୍ରଥମ ସିଟିଂ ସକାଳ ୯.୩୦ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ସିଂଟି ଦିନ ୨ଟାରୁ ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ହାତକୁ ସାନିଟାଇଜ କରିବା ସହ ମାସ୍କ ପିନ୍ଧି ପରୀକ୍ଷାକେନ୍ଦ୍ରକୁ ଯିବାକୁ କପଡ଼ା ନିର୍ଦ୍ଦେଶ ରହିଛି ।

କଳାରଙ୍ଗର ବଲବ ପେନ, ଆଡମିଟ୍ କାର୍ଡ ଏବଂ ପାସପୋର୍ଟ ଫଟୋ ନେଇ ପରୀକ୍ଷାର୍ଥୀମାନେ ପରୀକ୍ଷାକେନ୍ଦ୍ରକୁ ଯାଇଛନ୍ତି । ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ ପୂର୍ବରୁ ମୁଖ୍ୟ ଫାଟକକୁ ବନ୍ଦ କରାଯାଇଥିଲା । ରାଜ୍ୟର କଟକ ଏବଂ ସମ୍ବଲପୁର ସହରରେ ପରୀକ୍ଷାକେନ୍ଦ୍ର କରାଯାଇଛି । ଛାତ୍ରଛାତ୍ରୀଙ୍କ ଯାତାୟତ ସୁବିଧା ଲାଗି ମୋ ବସର ସୁବିଧା କରାଯାଇଛି । ସେପଟେ ଅନ୍ୟ ରାଜ୍ୟରେ ସ୍ୱତନ୍ତ୍ର ଟ୍ରେନର ସୁବିଧା ମଧ୍ୟ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ