ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ସହ ଟ୍ରେଡ୍ ଡିଲ୍ ପାଇଁ ଆମେରିକା ରାଜି। ପିଏମ୍ ମୋଦିଙ୍କ ସହ ଫୋନରେ କଥା ହେବା ପରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିସହ ଭାରତ ଉପରେ ଲାଗିଥିବା ଟାରିଫକୁ ୫୦ରୁ ୧୮ ପ୍ରତିଶତକୁ ହ୍ରାସ କରିଛନ୍ତି। ଟ୍ରେଡ୍ ଡିଲ୍ ନେଇ ଟ୍ରମ୍ପ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି କଥା ହୋଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ସୂଚନା ଦେଇଥିଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୌର। ଏହାର କିଛି ସମୟ ପରେ ଭାରତ ଉପରୁ ଟାରିଫକୁ ୧୮ ପ୍ରତିଶତକୁ ହ୍ରାସ କରିବା ସହ ଟ୍ରେଡ୍ ଡିଲ୍ ନେଇ ଆମେରିକା ରାଜି ହୋଇଥିବା ଜଣାଇଛନ୍ତି ଟ୍ରମ୍ପ।
ଭାରତ ଏବଂ ଆମେରିକା ମଧ୍ୟରେ ହେଇଥିବା ଏହି ଐତିହାସିକ ବାଣିଜ୍ୟ ଚୁକ୍ତି ଫେବୃଆରୀ ୨, ୨୦୨୬ ରେ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ସିଧାସଳଖ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ୨୦୨୫ ରୁ ଚାଲିଥିବା “ଟ୍ୟାରିଫ୍ ୱାର୍” ବା ଶୁଳ୍କ ବିବାଦକୁ କମ କରିଦେଇଛି। ଏହି ଚୁକ୍ତିର ମୁଖ୍ୟ ବିଷୟଗୁଡ଼ିକ ସ୍ଥିର କରାଯାଇଥିଲା । କମ୍ ହେଲା ଶୁଳ୍କ: ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲଗାଯାଇଥିବା “ରେସିପ୍ରୋକାଲ୍ ଟ୍ୟାରିଫ୍” ବା ପାଲଟା ଶୁଳ୍କକୁ ୨୫% ରୁ ୧୮% କୁ କମାଇ ଦେଇଛି। ଜରିମାନା ପ୍ରତ୍ୟାହାର: ଅଗଷ୍ଟ ୨୭, ୨୦୨୫ ରେ ଋଷିଆଠାରୁ ତେଲ କିଣିବା କାରଣରୁ ଲଗାଯାଇଥିବା ୨୫% ଅତିରିକ୍ତ ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି।
ଭାରତର ମଧ୍ୟ କିଛି ପ୍ରତିଶ୍ରୁତି ଦେଇଛି ଆମେରିକାକୁ । ଭାରତ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରୁ ଶୁଳ୍କ ହଟାଇ ଏହାକୁ ଶୂନ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛି । ଏବଂ ଭାରତ ଏବେ ଋଷିଆଠାରୁ ଅଶୋଧିତ ତେଲ କିଣିବା ବନ୍ଦ କରିବ ଏବଂ ଏହା ବଦଳରେ ଆମେରିକା ଓ ଭେନେଜୁଏଲା ଠାରୁ ତେଲ ଆମଦାନୀ କରିବ । ଭାରତ ଆମେରିକାଠାରୁ ଶକ୍ତି, ପ୍ରଯୁକ୍ତିବିଦ୍ୟା ଏବଂ କୃଷି କ୍ଷେତ୍ରରେ ୫୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ କିଣିବାକୁ ଲକ୍ଷ୍ୟ ରଖିଛି ।
