ପୂର୍ବତନ ବିଜେପି ବିଧାୟକଙ୍କୁ ୧୦ ବର୍ଷ ଜେଲଦଣ୍ଡ

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ):  ବିଜେପିର ଜଣେ ପୂର୍ବତନ ବିଧାୟକଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ସହ ଏକ ଲକ୍ଷର ଜରିମାନା । ୨୦ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ ଶୁଣାଣି କରିଛନ୍ତି କୋର୍ଟ । ଏହି ରାଶି ପୀଡ଼ିତାଙ୍କୁ ପ୍ରଦାନ କରାଯିବ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ନାଗୌର ଜିଲ୍ଲାର ମକରାନାରରେ । ଘଟଣା ଘଟିବା ସମୟରେ ପୂର୍ବତନ ବିଧାୟକଙ୍କ ବୟସ ୬୬ ବର୍ଷ ହୋଇଥିବା ବେଳେ ମହିଳାଙ୍କର ବୟସ ୨୨ ବର୍ଷ ଥିଲା ।

ସୂଚନା ଅନୁସାରେ ରାଜସ୍ଥାନର ନାଗୌର ଜିଲ୍ଲାର ମକରାନାର ପୂର୍ବତନ ବିଧାୟକ ଭୱଁରଲାଲ ରାଜପୁରୋହିତଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଣି କରିଛନ୍ତି କୋର୍ଟ । ଏକ ପୁରୁଣା ଦୁଷ୍କର୍ମ ମାମଲାରେ ରାଜପୁରୋହିତଙ୍କୁ ୧୦ ବର୍ଷର ଜେଲଦଣ୍ଡ ସହିତ ୧ ଲକ୍ଷ ଟଙ୍କାର ଜରିମାନା ଆଦେଶ ହୋଇଛି । ଏହି ଶୁଣାଣି ସମୟରେ ୮୬ ବର୍ଷୀୟ ପୂର୍ବତନ ବିଧାୟକ କୋର୍ଟରେ ଉପସ୍ଥିତ ଥିଲେ । ହ୍ୱିଲଚେୟାରରେ ବସାଇ ତାଙ୍କୁ କୋର୍ଟକୁ ଅଣାଯାଇଥିଲା । ତେବେ ମକରାନା ଏଡିଜେ କୋର୍ଟଙ୍କ ନିଷ୍ପତ୍ତି ପରେ ରାଜପୁରୋହିତଙ୍କୁ ପୋଲିସ ଗିରଫ କରିଥିଲା । ମେଡିକାଲ ଟେଷ୍ଟ କରିବା ପରେ ତାଙ୍କୁ ପରବତସର ଜେଲକୁ ପଠାଇ ଦିଆଯିବ ।

ଗତ ୨୦୦୨ ମସିହା ମେ ୧ରେ ରାଜପୁରୋହିତଙ୍କ ବିରୋଧରେ ମକରାନା ଥାନା ମନାନା ଗ୍ରାମର ଜଣେ ମହିଳା ଦୁଷ୍କର୍ମ ମାମଲା ଦାୟର କରିଥିଲେ । ବର୍ତ୍ତମାନ ରାଜପୁରୋହିତଙ୍କୁ ୮୬ ବର୍ଷ ହୋଇଥିବା ବେଳେ ପୀଡ଼ିତ ମହିଳାଙ୍କୁ ୪୩ ବର୍ଷ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ