Masthead

ମାର୍ଚ୍ଚ ୩୧ ଡେଡ୍‌ଲାଇନ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଓଡିଶା ସରକାର ଓ ଗୃହ ବିଭାଗକୁ ଚାରିଟି ସର୍ତ୍ତ ରଖି ଟପ ମାଓ ନେତା ନିଖିଲ ଓ ଇନ୍ଦୁ ଆତ୍ମସମର୍ପଣ କରିବେ ବୋଲି ଖୋଲା ଚିଠି ଜାରି କରିଛନ୍ତି। ସର୍ତ୍ତ ପୂରଣ କଲେ ଓଡିଶା ପୁଲିସ ପାଖରେ ଆମେ ଆତ୍ମ ସମର୍ପଣ କରିବୁ ବୋଲି ଲିଖିତ ମାଓବାଦୀ ପତ୍ର ଗଣମାଧ୍ୟମର ହସ୍ତଗତ ହୋଇଛି। ସିପିଆଇ (ମାଓବାଦୀ) ରାଜ୍ୟ କମିଟି ସଦସ୍ୟ ନିଖିଲ ଓରଫ୍ ନିରଞ୍ଜନ ରାଉତ, ଇନ୍ଦୁ ଓରଫ୍ ଅଙ୍କିତା, ରଶ୍ମିତା ଲେଙ୍କା ବୋଲି ଚିଠିରେ ଉଲ୍ଲେଖ ରହିଛି। ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତିକ ପଦ୍ଧତିରେ କାର୍ଯ୍ୟ କରିବା ପାଇଁ ଗଣମାଧ୍ୟମ ଜରିଆରେ ମଧ୍ୟ ଓଡିଶା ସରକାର ଓ ଗୃହ ବିଭାଗ ଉଦ୍ଦେଶ୍ୟରେ ଖୋଲା ଚିଠି ଜାରି କରିଛନ୍ତି ଦୁଇ ଟପ ମାଓବାଦୀ ନେତା।

କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ମାର୍ଚ୍ଚ ୩୧ ଡେଡ୍‌ଲାଇନ ଦେବା ସହିତ ଭାରତୀୟ ଗଣତନ୍ତ୍ରରେ ସାମିଲ ହେବା ଲାଗି ଚେତାବନୀ ଦେଇଛନ୍ତି। ଏହାପରେ ଦେଶର ବିଭିନ୍ନ ରାଜ୍ୟରେ ଅନେକ ମାଓବାଦୀ ଆତ୍ମସମର୍ପଣ କରୁଥିବାବେଳେ ଅନେକ ସ୍ଥାନରେ ଯବାନଙ୍କ ଗୁଳିରେ ମାଓବାଦୀଙ୍କ ମୃତ୍ୟୁ ଘଟୁଛି। ଏହିକ୍ରମରେ ଓଡ଼ିଶାର ମୁଖ୍ୟ କୁହାଯାଉଥିବା ବା.ଘୁ.ନା, ନିୟମଗିରି ଏରିଆ କମିଟି ଓ ରାଜ୍ୟ କମିଟିର ଟପ୍‌ ମାଓବାଦୀ ଦମ୍ପତି ନିଖିଳ (ନିରଞ୍ଜନ ରାଉତ) ଓ ସ୍ତ୍ରୀ ଇନ୍ଦୁ (ଅଙ୍କିତା ଓରଫ ରଶ୍ମିତା ଲେଙ୍କା) ରାଜ୍ୟ ସରକାର ଓ ଗୃହ ବିଭାଗକୁ ୪ଟି ପ୍ରସ୍ତାବ ଦେଇଛନ୍ତି। ଏଥିରେ ସରକାର ରାଜି ହେଲେ ପତ୍ନୀପତି ଖୁବ୍‌ଶୀଘ୍ର ଆତ୍ମସମର୍ପଣ କରିବେ ଓ ଅନ୍ୟ ସାଥୀମାନଙ୍କୁ ଗଣତାନ୍ତ୍ରିକ ପଦ୍ଧତିରେ ମୁଖ୍ୟସ୍ରୋତରେ ସାମିଲ ପାଇଁ ପ୍ରବର୍ତ୍ତାଇବେ ବୋଲି ମାଓବାଦୀ ନେତା ନିଖିଳ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି।

ପ୍ରଥମ ସର୍ତ୍ତରେ ଜଳ, ଜମି, ଜଙ୍ଗଲ ଅଧିକାର ପାଇଁ ଆମେ କାର୍ୟ୍ୟ କରିବାକୁ ଚାହୁଁ ବୋଲି ଉଲ୍ଲେଖ ରହିଛି। ଦ୍ୱିତୀୟରେ ଆତ୍ମସମର୍ପଣ ପରେ ଆମ ଦୁଇଜଣଙ୍କୁ ମାଓବାଦୀଙ୍କ ବିରୋଧରେ ଏବଂ ଜନବିରୋଧୀ ଆନ୍ଦୋଳନରେ ନିୟୋଜିତ କରା ନ ଯାଉ। ତୃତୀୟରେ ପୂର୍ବରୁ ମାଓବାଦୀ ନେତା ଆଜାଦ୍‌, ସବ୍ୟସାଚୀ ପଣ୍ଡାଙ୍କୁ ଜେଲରେ ରଖାଯାଇଛି। ଏହା ସରକାରଙ୍କ ଆଇନ ବିରୋଧୀ। ସରକାର ଆତ୍ମସମର୍ପଣ ନୀତି ଲାଗୁ କରିଛନ୍ତି, କିନ୍ତୁ ତାହା ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଉପରେ ଲାଗୁ କରାଯାଉ ନ ଥିବାରୁ ସରକାରଙ୍କ ଉପରେ ବିଶ୍ବସନୀୟତା ଆସୁନି। ତେଣୁ ଉକ୍ତ ନୀତି କାର୍ୟ୍ୟକାରୀ କରନ୍ତୁ।

ଶେଷରେ ଦେଶର ବିଭିନ୍ନ ପ୍ରାନ୍ତରେ ମାଆ, ମାଟି, ଜଳ, ଜମି ଜଙ୍ଗଲ, ପରିବେଶ ସୁରକ୍ଷା ପାଇଁ ଲଢ଼େଇ କରୁଥିବା ଆଦିବାସୀଙ୍କ ଉପରେ ସୁରକ୍ଷାକର୍ମୀମାନେ ଯେଉଁ ଜୁଲୁମ କରୁଛନ୍ତି ତାହା ବନ୍ଦ କରାଯାଉ। ରାଜ୍ୟ ସରକାର ଜନ ଆନ୍ଦୋଳନକୁ ବିରୋଧ ନ କରି ସେଠାର ଜନମତକୁ ସମ୍ମାନ ଦିଅନ୍ତୁ ବୋଲି ପ୍ରେସ୍‌ ବିବୃତିରେ ଉଲ୍ଲେଖ କରାଯାଇଛି। ସରକାର ଉକ୍ତ ବିଷୟକୁ ବୁଝିବେ ବୋଲି ଆମର ଆଶା ବୋଲି ରାଜ୍ୟର ଟପ୍‌ ମାଓବାଦୀ କ୍ୟାଡର ନିଖିଳ ଓ ତାଙ୍କ ପତ୍ନୀ ଇନ୍ଦୁ ପତ୍ରରେ ଉଲ୍ଲେଖ କରିଛନ୍ତି। ସରକାର ସମସ୍ତ ୪ଟି ସର୍ତ୍ତ ମାନିଲେ ସେ ଓ ତାଙ୍କ ସ୍ତ୍ରୀ ଆତ୍ମସମର୍ପଣ କରିବେ। ଦୀର୍ଘ ଦୁଇ ଦଶନ୍ଧି ଧରି ଗଞ୍ଜାମ, ଫୁଲବାଣୀ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ଛତିଶଗଡ଼, ରାୟଗଡ଼ା, ଗଜପତି ଜିଲାରେ ନିଜର ଆଧିପତ୍ୟ ଜାହିର କରି ଜଳ, ଜମି, ଜଙ୍ଗଲ ପାଇଁ ସରକାର ବିରୋଧୀ କାର୍ୟ୍ୟକ୍ରମ ଚଳାଇ ଆସୁଥିବା ରାଜ୍ୟ ମାଓବାଦୀ କମିଟି ସଦସ୍ୟ ନିଖିଳ ଏହା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼