Masthead

ଆମେରିକା ରାଷ୍ଟ୍ରପତି ନିର୍ବାଚନ; ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କିଏ ହେବ ଆମେରିକା ରାଷ୍ଟ୍ରପତି । ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଢୁଛି ଉତ୍କଣ୍ଠା। ଏବେ ବି ଚାଲିଛି କିଛି ସ୍ଥାନରେ ଭୋଟିଂ। ଡୋନାଲ୍ଡ ଟ୍ରମ୍ଫ- କମଳା ହାରିସଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର । ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଗଣନା ଧାରା ଦ୍ରୁତ ଗତିରେ ବଦଳୁଛି। ଆମେରାକ ରାଷ୍ଟ୍ରପତି ରେସରେ ଆଗୁଆ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ। ପ୍ରାରମ୍ଭିକ ଫଳାଫଳ ଅନୁସାରେ ଆଗରେ ଡୋନାଲ୍ଡ ଟ୍ରମ୍ପ ରହିଛନ୍ତି। ଇଲେକ୍ଟୋରାଲ କଲେଜ ଟ୍ରେଣ୍ଡ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ୧୭୮ଟି ଆସନରେ ଆଗୁଆ ଥିବାବେଳେ କମଲା ହାରିସ ୯୯ଟି ଆସନରେ ଅଟକି ରହିଛନ୍ତି। ନିର୍ବାଚନ ଜିତିବାକୁ ହେଲେ ୨୭୦ ମ୍ୟାଜିକ୍ ନମ୍ବର ଆବଶ୍ୟକ। ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ପ୍ରତୀକ ହାତୀ ବର୍ତ୍ତମାନ ଦ୍ରୁତ ଗତିରେ ଚାଲୁଛି। ଏଥି ସହିତ କମଲା ହାରିସଙ୍କ ଡେମୋକ୍ରାଟ୍ ପାର୍ଟିର ପ୍ରତୀକ ଥିବା ଗଧ ଧୀରେ ଧୀରେ ଗତି କରୁଥିବା ଜଣାପଡିଛି।

ପ୍ରାରମ୍ଭିକ ଭାବେ ଆମେରିକାର ୮ ରାଜ୍ୟରେ ଭୋଟିଂ ଆରମ୍ଭ ହୋଇଥିବା ବେଳେ ପରେ ମୋଟି ୫୦ଟି ରାଜ୍ୟ ସାମିଲ ହୋଇଥିଲା। ଯେଉଁଥିରେ ସ୍ୱିଙ୍ଗ୍ ଷ୍ଟେଟ୍ ଆରିଜୋନା ଏବଂ ୱିସକନସିନ୍ ରହିଛି। ମେରିଲ୍ୟାଣ୍ଡରେ ଲୋକେ ମତଦାନ ପାଇଁ ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଥିଲା। ଦେଶରେ ପରିବର୍ତ୍ତନ ପାଇଁ ଭୋଟ୍ ଦେବାକୁ ଆସିଥିବା କହିଛନ୍ତି କିଛି ଭୋଟର। ତେବେ ୮ କୋଟିରୁ ଅଧିକ ଆମେରିକାବାସୀ ଆଗୁଆ ଭୋଟ୍ ଦେଇସାରିଛନ୍ତି। ଫାଇନାଲ ଫଳାଫଳ ଆସିବାକୁ ଲାଗିଯାଇପାରେ ଗୋଟିଏ ସପ୍ତାହ ସମୟ। ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର କମଳା ହାରିସଙ୍କ ଭିତରେ କାଣ୍ଟେ କା ଟକ୍କର ହେଉଛି। ଜଣଙ୍କ ପାଖରେ ପୂର୍ବରୁ ରାଷ୍ଟ୍ରପତିର ଅଭିଜ୍ଞତା ରହିଛି ତ ଆଉ ଜଣେ ବର୍ତ୍ତମାନର ଉପରାଷ୍ଟ୍ରପତି। ତେଣୁ ପ୍ରାର୍ଥୀ ଭାବେ କେହି କାହାଠୁ କମ୍ ନୁହଁନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ