Masthead

ରାଜ୍ୟରେ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ ଟିକାକରଣ । ରାଜ୍ୟରେ ୬୦୨ ଟି ଅଧିବେଶନରେ ଟିକାକରଣ କରାଯିବ । ରାଜ୍ୟରେ ମହଜୁଦ ଥିବା ଟିକାକୁ ନେଇ ଏଭଳି ଅଧିବେଶନ ନିଷ୍ପତ୍ତି ନିଆଯାଇଛି । ଟିକା ଯୋଗାଣରେ ଅନିୟମିତତା ଯୋଗୁଁ ରାଜ୍ୟରେ ବେଶ କିଛି ଦିନ ହେବ ଟିକାକରଣ ବନ୍ଦ ରହିଛି । ଅନ୍ୟପକ୍ଷରେ ଆସନ୍ତା ୨୮ ତାରିଖରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହେବ ।

ତେବେ ରାଜ୍ୟରେ ଯେଉଁମାନେ ଘରୋଇ ହସ୍ପିଟାଲରେ ଟିକା ନେଇଛନ୍ତି ସେମାନେ ଚାହିଁଲେ ସରକାରୀ ହସ୍ପିଟାଲରେ ଟିକା ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୋମବାର ୫୯୫ ଟିକାକରଣ କେନ୍ଦ୍ରରେ ୮୮.୭୭୦ ଜଣଙ୍କୁ ଟିକା ଦିଆଯାଇଛି । ଏଥିରେ ୪୫ ବର୍ଷରୁ ଅଧିକ ୫୦.୫୯୪ ଜଣଙ୍କୁ ପ୍ରଥମ ଓ ୩୪.୬୭୦ଜଣଙ୍କୁ ଦ୍ୱିତୀୟ ଡ଼ୋଜ ଟିକା ଦିଆଯାଇଥିଲା । ରାଜ୍ୟରେ ଏହାକୁ ମିଶାଇ ୫୬ ଲକ୍ଷ ୩୯ ହଜାର ୧୫୦ ଜଣଙ୍କୁ ଟିକା ଦିଆ ସରିଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ