Masthead

ଟିକାର ଅଭାବ: ୧୭ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତୃତୀୟ ଲହର ସହ ଲଢିବାକୁ ହେଲେ ଅଧିକରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଏହା ଉପରେ ସମୂର୍ଣ୍ଣ ଧ୍ୟାନ ଦେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ଏଥିପାଇଁ ସାରା ଦେଶରେ ଜୁନ ୨୧ ରୁ କ୍ୟାମ୍ପେନ ମୋଡରେ ଟିକାକରଣ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଟିକାର ଘୋର ଅଭାବ ଦେଖିବାକୁ ମିଳିଛି ।

ତେବେ ଟିକାର ଅଭାବ ଏହି ଅଭିଯାନକୁ ବାଟବଣା କରିଦେଇଛି । ପ୍ରତ୍ୟେକ ଦିନ କମି କମି ଚାଲିଛି ଟିକାକରଣ । ଗୁରୁବାର ରାଜ୍ୟରେ ମାତ୍ର ୧୨୩ ଟି କେନ୍ଦ୍ରରେ ୩୫ ହଜାର ୫୪୪ ଟିକା ଦିଆଯାଇଛି । ତେବେ ଗୁରୁବାର ୧୬ ଟି ଜିଲ୍ଲାରେ ଟିକାକରଣ ବନ୍ଦ ଥିବା ବେଳେ ଶୁକ୍ରବାର ୧୭ ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ମାତ୍ର ୧୦୨ ଟି କେନ୍ଦ୍ରରେ ଟିକା ଦିଆଯିବ । ଏହା ଭିତରେ ଗୁରୁବାର ରାଜ୍ୟକୁ ମାତ୍ର ୧ଲକ୍ଷ କୋଭିସିଲ୍ଡ ଟିକା ଆସିଥିଲାବେଳେ ଶୁକ୍ରବାର ୧୦ଲକ୍ଷ ଡୋଜ୍ ଆସିବାର ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ