Masthead

ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ସ୍ୱାଧୀନତା ଦିବସ ଭାରତୀୟଙ୍କ ପାଇଁ ଆଣିବ ଏକ ଐତିହାସିକ ମୁହୂର୍ତ୍ତ। ଜନଗଣ ମନଅଧି ନାୟକ ସଂଙ୍ଗୀତ ସହ ଏବେ “ବନେ୍ଦ ମାତାରମ୍” ଗାନ କରାଯିବ । ଚଳିତ ବର୍ଷ ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଥମ ଥର ପାଇଁ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ସମୟରେ ଗାନ କରାଯିବ ‘ବନ୍ଦେ ମାତରମ୍‌’। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ହୋଇଛି। ‘ବନ୍ଦେ ମାତରମ୍‌’ର ୧୫୦ତମ ପୂର୍ତ୍ତି ପାଳନ କରାଯାଉଥିବାରୁ ଏହି ଦେଶାତ୍ମବୋଧକ ଗୀତକୁ ସ୍ୱାଧୀନତା ଦିବସ ସମାରୋହରେ ବିଶେଷ ସ୍ଥାନ ଦିଆଯାଇଛି। ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ପତାକା ଉତ୍ତୋଳନ ଓ ଦେଶବାସୀଙ୍କୁ ସମ୍ବୋଧନ କାର୍ୟ୍ୟକ୍ରମ ସମୟରେ ‘ବନ୍ଦେ ମାତରମ୍‌’ର ସ୍ୱର ଗୁଞ୍ଜରିତ ହେବ।

ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସହ ଗଭୀର ଭାବେ ଜଡ଼ିତ ‘ବନ୍ଦେ ମାତରମ୍‌’ ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିଆସିଛି। ଏହାର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲାଲକିଲ୍ଲା ଭଳି ଐତିହାସିକ ସ୍ଥାନରେ ଏହାକୁ ସ୍ୱାଧୀନତା ଦିବସ ସମାରୋହର ଅଂଶ କରାଯିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ପ୍ରତିବର୍ଷ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶର ଗୌରବମୟ ଇତିହାସ, ବର୍ତ୍ତମାନର ଉପଲବ୍ଧି ଓ ଭବିଷ୍ୟତର ସଂକଳ୍ପର ବାର୍ତ୍ତା ଦିଆଯାଇଥାଏ। ଏଥର ‘ବନ୍ଦେ ମାତରମ୍‌’ର ଗାନ ଏହି ଜାତୀୟ ଉତ୍ସବକୁ ଆହୁରି ସ୍ମରଣୀୟ କରିବ ବୋଲି ଆଶା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ