Masthead

ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେଡିରେ ମିଶିଲେ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନ । ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ଆଜି ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ସୁଜାତା ଜଣେ ସାଧାରଣ କର୍ମୀ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଏନେଇ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଆସନ୍ତା ନିର୍ବାଚନରେ ନବୀନ ହିଁ ବିଜେଡିର ନେତୃତ୍ଵ ନେବେ ବୋଲି ସ୍ପଷ୍ଟ କରିଛନ୍ତି। ନବୀନ କହିଛନ୍ତି ଯ ଜଣେ ଦକ୍ଷ ପ୍ରଶାସକ ଭାବେ ସେ ସଫଳ ଛାପ ଛାଡ଼ିଛନ୍ତି। ତାଙ୍କ ଅଭିଜ୍ଞତା ଦଳ ପାଇଁ ସହାୟକ ହେବ। ସେହିପରି ଦଳରେ ଯୋଗ ଦେବାପରେ ସୁଜାତା କହିଛନ୍ତି ଯେ, ନବୀନଙ୍କ ନେତୃତ୍ଵରେ ୨୪ ବର୍ଷ ଧରି ସେବା କରିଥିଲି। ପୁଣି ଥରେ ଓଡ଼ିଶାବାସୀଙ୍କ ସେବା କରିବାକୁ ସୁଯୋଗ ମିଳିଛି। ନିଷ୍ଠା ଓ ସମର୍ପଣର ସହ ଓଡ଼ିଶାବାସୀଙ୍କ ସେବା କରିବି।

ସୁଜାତା କହିଛନ୍ତି ଆଜି ବିଜୁ ଜନତା ଦଳରେ ସାମିଲ ହୋଇ ଓଡ଼ିଶାବାସୀଙ୍କ ସେବା କରିବାର  ସୁଯୋଗ ପୁଣି ଥରେ ପାଇଲି ।  ମୁଁ ନିଷ୍ଠାର ସହ ଓଡ଼ିଶାବାସୀଙ୍କ ସେବା କରିବି । ପ୍ରଭୁ ଜଗନ୍ନାଥଙ୍କ କୃପା  ଏବଂ ଦଳର  ନେତୃବୃନ୍ଦ,  ଲକ୍ଷ ଲକ୍ଷ କର୍ମୀଙ୍କ ଆଶିର୍ବାଦରେ ମୁଁ ଓଡ଼ିଶା ବାସୀଙ୍କ ପାଇଁ ନିଷ୍ଠା ଓ ସମର୍ପଣ  ସହିତ କାମ କରିବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ 🔴 ୨୦ ଜିଲ୍ଲାରେ ଝଡ଼ବର୍ଷା! 🔴 ଶଙ୍ଖ ଧରିବେ ସୁଜତା 🔴 ଭୁଶୁଡିଲା ନିର୍ମାଣଧୀନ ଗୋଦାମ,ଫସିଗଲେ ୬୦ରୁ ଅଧିକ ଶ୍ରମିକ 🔴 ଆଇସିସିର ସଦ୍ୟତମ ଦିନିକିଆ (ODI) ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇ ଶୁଭମନ ଗିଲ୍ ଦଖଲ କଲେ ଦ୍ୱିତୀୟ ସ୍ଥାନ 🔴 ପାଠ୍ୟପୁସ୍ତକରେ ମହାବିଭ୍ରାଟ, ତଦନ୍ତ କମିଟିର ପୂରୁଛି କଣ୍ଟ 🔴 ଜୀବନ ନେଇଗଲା ମଙ୍ଗେତର 🔴 IPL ବେଟିଂ, ହୋଟେଲ୍‌ ମାଲିକ ଗିରଫ 🔴 SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ 🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ 🔴 ୨୦ ଜିଲ୍ଲାରେ ଝଡ଼ବର୍ଷା! 🔴 ଶଙ୍ଖ ଧରିବେ ସୁଜତା 🔴 ଭୁଶୁଡିଲା ନିର୍ମାଣଧୀନ ଗୋଦାମ,ଫସିଗଲେ ୬୦ରୁ ଅଧିକ ଶ୍ରମିକ 🔴 ଆଇସିସିର ସଦ୍ୟତମ ଦିନିକିଆ (ODI) ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇ ଶୁଭମନ ଗିଲ୍ ଦଖଲ କଲେ ଦ୍ୱିତୀୟ ସ୍ଥାନ 🔴 ପାଠ୍ୟପୁସ୍ତକରେ ମହାବିଭ୍ରାଟ, ତଦନ୍ତ କମିଟିର ପୂରୁଛି କଣ୍ଟ 🔴 ଜୀବନ ନେଇଗଲା ମଙ୍ଗେତର 🔴 IPL ବେଟିଂ, ହୋଟେଲ୍‌ ମାଲିକ ଗିରଫ 🔴 SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ